
ଝାରପୋଖରିଆ ସ୍ଥିତ ଓଡ଼ିଶା ବ୍ରିଗେଡ଼ ସ୍କୁଲରେ ରେ ହୀରକ ଫଖ୍ ପରୀକ୍ଷା ଅନୁଷ୍ଠିତ
________________
ତା/୨୦/୦୧/୨୬( ନି.ପ୍ର): ସାରସକଣା(ଅନିଲ କୁମାର ସାହୁ) ଅଦ୍ୟ ତା ୨୦.୦୧.୨୦୨୬ ରିଖ ମଙ୍ଗଳବାର ଓଡିଶା ଭାରତ ସ୍କାଉଟ୍ ଏବଂ ଗାଇଡ଼୍ ଦ୍ଵାରା ଝାରପୋଖରିଆ ସ୍ଥିତ ଓଡ଼ିଶା ବ୍ରିଗେଡ ସ୍କୁଲ ରେ ଶିଶୁ ମାନଙ୍କର ଚତୁର୍ଥ ଚରଣ ଏବଂ ବୁଲ୍ କୁଲ୍ ମାନଙ୍କର ହୀରକ ପଂଖ୍ ପରୀକ୍ଷା ଆୟୋଜିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ଯୁନିଟ୍ ଲିଡ଼ର ସାଇକୃପା ଜେନା , ଶିଶୁ ମାଷ୍ଟର ଶ୍ରୀ ସୁକୁମାର ମହାନ୍ତ ଏବଂ ଫଖ୍ ଲିଡ଼ର ମାଧୁରୀ ରାଜ ଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଛି। ଉକ୍ତ ପରୀକ୍ଷାରେ ୧୨ ଜଣ ଶିଶୁ ଏବଂ ୧୨ ଜଣ ବୁଲ୍ କୁଲ୍ ପରୀକ୍ଷା ଦେଇଛନ୍ତି। ଏହି ଅବସରରେ ଓଡ଼ିଶା ଷ୍ଟେଟ୍ ଭାରତ ସ୍କାଉଟ୍ ଏବଂ ଗାଇଡ୍ ର ଷ୍ଟେଟ୍ ଜଏଣ୍ଟ କମିଶନର ଶ୍ରୀଯୁକ୍ତ ସନ୍ତୋଷ ଦେଓ ଉପସ୍ଥିତ ରହି ଶିଶୁ ଓ ବୁଲ୍ ବୁଲ୍ ମାନଙ୍କର ସାମ୍ପ୍ରତିକ ସମାଜ ପ୍ରତି କର୍ତ୍ତବ୍ୟ ଏବଂ ଦାଇତ୍ୱବୋଧ ବାବଦରେ ଅବଗତ କରାଇଥିଲେ। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଶା ରାଜଭବନ ଠାରେ ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ କରାଯିବା କଥା ଶୁଣି ପିଲାମାନେ ଆନନ୍ଦିତ ହେଲେ।ଭଞ୍ଜ ଦୁତ ଖବର।
