ବ୍ରାହ୍ମଣଧରା ଫେତେଇସିଙ୍ଗି ରେ ଘର ପୋଡି , ୯ ମାସର ଗର୍ଭବତୀ ସ୍ତ୍ରୀ ଙ୍କୁ ନେଇ ଖୋଲା ଆକାଶ ତଳେ ସ୍ୟାମୀ
(ଧର୍ମାନନ୍ଦ ସେଠି ଙ୍କ ଖବର)
କାମାକ୍ଷାନଗର-
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଙ୍ଗାତିରା ପଞ୍ଚାୟତ ବ୍ରାହ୍ମଣଧରା ଗାଁ
ଅନ୍ତର୍ଗତ ଫେତେଇସିଙ୍ଗି ସାହିରେ ଅଗ୍ନିକାଣ୍ଡ ରେ ଏକ ଘର ଭସ୍ମୀଭୂତ ହୋଇଯାଇଛି ,ସୂଚନା ଅନୁସାରେ ବ୍ରାହ୍ମଣଧରା ଫେତେଇସିଙ୍ଗି ସାହିର ନିଳମଣି ପଧାନ ଙ୍କ ଘରେ ଆକସ୍ମିକ ଅଗ୍ନି କାଣ୍ଡ ଘଟିଥିଲା , ଏଥିରେ ଘର ଭସ୍ମୀଭୂତ ହେବା ସହିତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା , ନିଳମଣି ଜଣେ ଦିନ ମଜୁରିଆ ହୋଇଥିବା ବେଳେ ନିଳମଣି ଙ୍କ ସ୍ତ୍ରୀ ଧର୍ମପତ୍ନୀ ଶଶି ପଧାନ ୯ ମାସର ଗର୍ଭବତୀ ଅଛନ୍ତି ,ଏହିପରି ପରିବାର ଖୋଲା ଆକାଶ ତଳେ ଗର୍ଭବତୀ ସ୍ତ୍ରୀ ଙ୍କୁ ନେଇ ଭୋକ ଉପାସରେ | ଯାହା ଆସବାବପତ୍ର ଥିଲା ସବୁ ପୋଡ଼ି ପାଉଁଶ ହୋଇ ଯାଇଛି ଖାଇବା ପାଇଁ ପାଖରେ ଦାନ ମୋଠାଏ ନାହିଁ, ରାସନ ଚାଉଳ ମଧ୍ୟ ମିଳୁ ନାହିଁ ,ଘର ପୋଡ଼ି ପରେ କ୍ଷତିପୂରଣ ସହିତ ତୁରନ୍ତ ପାଲର ବ୍ୟବସ୍ଥା ଏବଂ ଖାଇବା ବ୍ୟବସ୍ଥା ପାଇଁ ନିବେଦନ କରିଛନ୍ତି
