କଙ୍କଡ଼ାହାଡ଼ ପ୍ରାଥମିକ କୃଷି ସମବାୟ ସମିତି ଠାରେ ଧାନମଣ୍ଡି ଉଦ୍ଘାଟନ ।
(ଧର୍ମାନନ ସେଠି ଙ୍କ ରିପୋର୍ଟ)
ଢେ଼ଙ୍କାନାଳ-
ସଦର ବ୍ଲକ କଙ୍କଡ଼ାହାଡ ପ୍ରାଥମିକ କୃଷି ସମବାୟ ସମିତି ଠାରେ ଧାନମଣ୍ଡି ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ ସମିତିର ସଭାପତି ପବିତ୍ର ବେହେରା,ଯୋଗଦେଇ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ। ସମିତିର ସମ୍ପାଦକ ମଧୁସ୍ମିତା ବେହେରା,ବୋର୍ଡ ଡାଇରେକ୍ଟର,ମିଲର,ଚାଷୀ ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ। ଆଜି ଠାରୁ ଧାନ କିଣା ଆରମ୍ଭ ହୋଇ ଥିଲାବେଳେ ପ୍ରଥମ ଦିନରେ ୧୯ଜଣ ଚାଷୀଙ୍କ ଠାରୁ ୪ଶହ ୭୧ କୁଇଣ୍ଟାଲ ୪୫ କେଜି ଧାନ କିଣା ହେବା ପାଇଁ ସ୍ଥିର କରାଯାଇଛି। ଏହି ଧାନ କିଣା ଆରମ୍ଭ ହେବା ସହ ଚାଷୀମାନେ ହେଲେ ନିମେଇ ଚରଣ ସାହୁ,ମଳୟ କୁମାର ମହାରଣା,ପ୍ରକାଶ ଚନ୍ଦ୍ର ସାହୁ ମଧ୍ୟ ସେଠାରେ ପହଞ୍ଚି ଧାନ ଦେବା ସହିତ ବେଶ୍ ଖୁସି ଅଛନ୍ତି।
