ସଡକ ସୁରକ୍ଷା ସପ୍ତାହ ପାଳିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋରରେ ବାଲେଶ୍ୱର ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ସୋର ଅନନ୍ତପୁର ବସ ମାଲିକ ସଂଘ ସହଯୋଗରେ ଏହି ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତରେଶ୍ୱରରୁ ଏକ ରାଲି ବାହାରି ସହର ମଧ୍ୟରେ ଏକ କିମି ପରିକ୍ରମା କରିଥିଲା। ଏହି ରାଲିରେ ସୋର ମିନାରାଣୀ ଆଇଟିଆଇର ଛାତ୍ରମାନେ ସାମିଲ ହୋଇଥିଲେ। ବିଭିନ୍ନ ସଚେତନତା ମୁଳକ ବାର୍ତ୍ତ ନେଇ ଏହି ରାଲି ସହର ପରିକ୍ରମା କରିଥିଲା। ଏହି ସମୟରେ ବାଲେଶ୍ୱର ପରିବହନ ବିଭାଗର କନିଷ୍ଠ ଯାନ ନୀରିକ୍ଷକ ଦେବସ୍ମିତା ନାୟକ ଓ ଦିନେଶ ରଞ୍ଜନ ବେହେରାଙ୍କ ସମେତ ସୋର ଅନନ୍ତପୁର ବସ ମାଲିକ ସଂଙ୍ଘର ସଭାପତି ପୁରୁଷୋତ୍ତମ ବେହେରା, ସମ୍ପାଦକ ଅଭିଷେକ ବେହେରା,ବିଗନ କୁମାର ଗୁଇଁ, ପପୁ ରାଉତ,ଆତ୍ମାନନ୍ଦ ଦାସ,ପ୍ରଫୁଲ ଜେନା ଓ ଅନୀଲ କୁମାର ଦଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
