*ନିତିନ ନବୀନ ବିଜେପି ର ରାଷ୍ଟ୍ରୀୟ ସଭାପତି ନିର୍ବାଚିତ*, *(ଅଭିନନ୍ଦନ ଜଣାଇଲେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ*)
ତାଳଚେର :ତା 20/01/2026: ବିଶ୍ୱର ସବୁଠାରୁ ବଡ଼ 16 କୋଟି ସଦସ୍ୟ ଥିବା ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ନିତିନ ନବୀନ |45 ବର୍ଷ ବୟସରେ ସେ ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆଜି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପସ୍ଥିତି ରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି |ସମଗ୍ର ଦେଶରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଙ୍କ ପ୍ରତି ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି |
ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |ତାଙ୍କର ଦୁରଦୃଷ୍ଟି ନେତୃତ୍ୱ, ଦେଶ ପ୍ରଥମ ଚିନ୍ତାଧାରା ରେ ବିଜେପି ଆହୁରି ଅଧିକ ସଶକ୍ତ ଓ ସକ୍ରିୟ ହେବ ବୋଲି ସେ କହିଛନ୍ତି |ବିଜେପି ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ, ତାଳଚେର ବିଧାନସଭା କ୍ଷେତ୍ରର ସମସ୍ତ ମଣ୍ଡଳ ସଭାପତି ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |
