ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୂଆଗାଁ, ତାଳଚେର ର ୨୨ତମ ବାର୍ଷିକ ଉତ୍ସବ
(*ବସୁଧେବ କୁଟୁମ୍ବକମ କେବଳ ହିନ୍ଦୁ ଧର୍ମରେ ଅଛି -ବିଭାଗ କାର୍ଯ୍ୟବାହ ଚନ୍ଦ୍ରଶେଖର ବେହେରା*)
(*ହିନ୍ଦୁ ଧର୍ମ କେବଳ ସାରା ବିଶ୍ୱରେ ମାନବ କଲ୍ୟାଣ କଥା ଚିନ୍ତା କରେ -ଚନ୍ଦ୍ରଶେଖର ବେହେରା ଆର ଏସ ଏସ ବିଭାଗ କାର୍ଯ୍ୟବାହ*)
*******************************************************
ତାଳଚେର :ତା 20/01/2026: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୂଆଗାଁ, ତାଳଚେର ତା’ର ୨୨ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳନ କରିଛି |ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ ଏବଂ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଭିଭକ୍ତ ଢେଙ୍କାନାଳ ବିଭାଗର ବିଭାଗ କାର୍ଯ୍ୟବାହ ତଥା ନାଲକୋ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବରିଷ୍ଠ ଆଚାର୍ଯ୍ୟ ଚନ୍ଦ୍ରଶେଖର ବେହେରା , ସମ୍ମାନୀତ ଅତିଥି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁଶାନ୍ତ ପଟ୍ଟନାୟକ ଏବଂ ବିଦ୍ୟାଳୟର ସଂପାଦକ ସୋମନାଥ ବେହେରା ଯୋଗ ଦେଇଥିଲେ| ଶିଶୁମନ୍ଦିର ର ପରିଚାଳନା କମିଟି ସଭାପତି ଗୋଲଖ ଚନ୍ଦ୍ର ରଥ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମାନ ପର୍ଶୁରାମ ବାରିକ ଶିଶୁ ର ଭବିଷ୍ୟତ ରେ ପିତାମାତା ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ପିଲା ମାନଙ୍କୁ ଶିକ୍ଷିତ କରିବା ସହ ଚରିତ୍ର ଗଠନ ଏବଂ ସଂସ୍କାରିତ କରି ବିଦ୍ୱାନ କରାଇ ରାଷ୍ଟ୍ର ପ୍ରତି ସମର୍ପିତ ହେବା ଉପରେ ଆଲୋକପାତ କରିଥିଲେ | ମୁଖ୍ୟବକ୍ତା ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବେହେରା ବର୍ତ୍ତମାନ ଆମେ ସ୍ୱ କୁ ଭୁଲି ଯାଇଛେ ସ୍ୱ କୁ ମନେ ପକାଇବା ସହ ହିନ୍ଦୁ ଧର୍ମ ପ୍ରକୃତ ମାନବ ଧର୍ମ ବସୁଦେବ କୁଟୁମ୍ବକମ ନ୍ୟାୟରେ ହିନ୍ଦୁ ଧର୍ମ ସାରା ବିଶ୍ୱ ରେ ମାନବ କଲ୍ୟାଣ କଥା ଚିନ୍ତା କରେ ବୋଲି ପ୍ରକାଶ କରିଥିଲେ |ସମାଜ କଳୁଷିତ ହେବାର କାରଣ ଏବଂ ଏଥିରୁ ପିଲାମାନେ କିପରି ସୁରକ୍ଷିତ ରହିବେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଶିଶୁମନ୍ଦିର ର ଶିକ୍ଷା ପଦ୍ଧତି ଅନ୍ୟ ବିଦ୍ୟାଳୟ ଠାରୁ ଭିର୍ନ୍ନ ଯାହାକି ଭାରତ କୁ ବିଶ୍ଵଗୁରୁ କରାଇବା ପାଇଁ ପ୍ରୟାସ କରେ ସେ ପ୍ରକାଶ କରିଥିଲେ |ବିଦ୍ୟାଳୟ ସଭାପତି ସ୍ଵାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦୀପ ଦାସ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ। ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅନୁଷ୍ଠାନ ର ଉପ ସଭାପତି ବିଭୁତି ଭୂଷଣ ମହାନ୍ତି, ବ୍ରାହ୍ମଣୀ ବିହାର ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ, ଆମ୍ବମୁଣ୍ଡା ଶିଶୁମନ୍ଦିର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ, ସନ୍ଥପଡା ସରପଞ୍ଚ ସହଦେଵ ସାହୁ, ପ୍ରାକ୍ତନ ସରପଞ୍ଚ ତଥା ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି, ଅଭିଭାବକ ଅଭିଭାବିକା ଏବଂ ଆଖପାଖରୁ ଅନେକ ବୁଦ୍ଧିଜିବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
