*ସୁନାବେଡ଼ା ର ଯୁବକ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରେ ଅଘଟଣ ଶିକାର,ଶରୀର ଅଧାରୁ ଅଧିକ କେମିକାଲ ରେ ଜଳିଯାଇଥିବା ଅଭିଯୋଗ*
ନୂଆପଡା(ମିଖାଏଲ ନନ୍ଦ)
ସୁନାବେଡ଼ା ର ଯୁବକ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରେ ଅଘଟଣ ଶିକାର,ଶରୀର ଅଧାରୁ ଅଧିକ କେମିକାଲ ରେ ଜଳିଯାଇଥିବା ଅଭିଯୋଗ ହୋଇଅଛି। ସୁନାବେଡ଼ା ଅଭୟାରଣ୍ୟ ରେ ବସବାସ କରୁଥିବା ଯୁବକ ପ୍ରବାସୀ ଶ୍ରମିକ ମହେଶ ମାଝୀ ଗୁଜରାଟ ର ଏକ ଘୋରେଇ କମ୍ପାନୀ କୁ କାମ କରିବା ପାଇଁ ଯାଇଥିଲେ। ସେଠାରେ କେମିକାଲ କମ୍ପାନୀ ରେ ସେ କାମ କରୁଥିବା ବେଳେ ଏକ ଦୁର୍ଘଟଣା ଶିକାର ହୋଇଥିଲେ। ସେଠୀ କାମ କରିବ ସମୟରେ କେମିକାଲ ପାଇପ୍ ଫାଟି ଯାଇଥିଲା। ସେହି କେମିକାଲ ପାଇପ ଫଟିବା ଯୋଗୁଁ ଶ୍ରମିକ ତାଙ୍କ ଦେହରେ କେମିକାଲ ପଡ଼ି ଯାଇଥିଲା, ଏବେ ଗୁରୁତର ଅବସ୍ଥା ରେ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି।
