ପଳସାଗୋରା ମକର ମହୋତ୍ସବ ଅବସରରେ କୃଷକ ସମାବେଶ ଅନୁଷ୍ଠିତ l
ବୌଦ୍ଧ/ପଳସାଗୋରା/କଣ୍ଟାମାଳ ତା 18/01/26
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଳସାଗୋରା ମକର ମହୋତ୍ସବ ଅବସରରେ ପଳସାଗୋରା କଲ୍ୟାଣ ମଣ୍ଡପ ଠାରେ ବୌଦ୍ଧ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ଫେଡେରେସନ ର ଆୟୋଜନ କ୍ରମେ ଓ ପଳସାଗୋରା ମକର ମହୋତ୍ସବ କମିଟି ସହାୟତାରେ ଏକ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଫେଡେରେସନ ସଭାପତି ରାଜକିଶୋର ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗ ଦେଇ ବୌଦ୍ଧ ଜିଲ୍ଲାର ଚାଷୀ ଓ ଚାଷର ସାମଗ୍ରିକ ବିକାଶ ନିମନ୍ତେ ଦୃଢ ପ୍ରତିଶୃତି ଦେଇଥିଲେ l ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି, ଶ୍ରୀ ବିନୟ କୁମାର ଭୋଇ, ଉପାଜ଼ିଲ୍ଲାପlଳ, ସରକାରୀ ବିଭାଗ ର ସମସ୍ତ ସହଯୋଗ ଚାଷୀ ହିତ ଦୃଷ୍ଟିରୁ ରହିବ ବୋଲି ପ୍ରତିଶୃତି ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ସହକାର ଭାରତୀ ଓଡିଶା ପ୍ରାନ୍ତ ସମ୍ପାଦକ ସୋନାଶିଷ ଜେନା,ସଂମ୍ମାନିତ ଅତିଥି ଭାବେ ଡ଼ିଡ଼ିଏମ ନାବାର୍ଡ ଡ଼ ସତ୍ୟ ସ୍ୱରୂପ ବିଦାନ୍ତ, ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଓ ବରିଷ୍ଠ ବୈଜ୍ଞାନିକ ଡ. ତପନ କୁମାର ଦାସ, ସହକାର ଭାରତୀ ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ମିଶ୍ର, ବରିଷ୍ଠ କୃଷକ ରମଣୀ ରଞ୍ଜନ ପ୍ରଧାନ,କୃଷକ ନେତା ବିଶିକେଶନ ପ୍ରଧାନ, ସହକାରୀ ପ୍ରାଣୀ ଚିକିତ୍ସକ ଡା ଯତୀନ କୁମାର ସାହୁ, ପଳସାଗୋରା ସରପଞ୍ଚ ସୌଦାମିନୀ ମଲ୍ଲିକ, ମାତୃଶକ୍ତି ଏଫପିଓ ର ମାର୍ଗଦର୍ଶକ ପୁର୍ଣଚନ୍ଦ୍ର ଖଟୁଆ ପ୍ରମୁଖ ମଞ୍ଚାସିନ ଥାଇ ଉପସ୍ଥିତ କୃଷକ ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି ଅବସରରେ 11 ଜଣ ସଫଳ ଚାଷୀଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଫେଡେରେସନର ସକ୍ରିୟ କାର୍ଯ୍ୟକର୍ତ୍ତା ପ୍ରବୀର ମହାର,ସନ୍ତୋଷ କୁମାର ମହାକୁଡ଼, ଗିରିଶ ଚନ୍ଦ୍ର ବଘାର, ଜଗନ୍ନାଥ ବାରିକ, ଆଦିତ୍ୟ ପ୍ରଧାନ, ମହୋତ୍ସବ କମିଟି ସଭାପତି ରବୀନ୍ଦ୍ର କୁମାର ପ୍ରଧାନ ଓ ମକର ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l ଏହି ଅବସରରେ ବିଭିନ୍ନ ଦାବିକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବିଭିନ୍ନ ଦାଵୀକୁ ପୂରଣ ନିମନ୍ତେ ଅନୁରୋଧ କରାଯାଇଥିଲା l
ଦାବୀ ସମୂହ ମଧ୍ୟରେ
ବୌଦ୍ଧ ଜିଲ୍ଲା ଏକ ଶିଳ୍ପ ବିହୀନ ଓ ଅବହେଳିତ ହୋଇଥିବାରୁ ଏଠାରେ 80% ଲୋକ କୃଷି ଉପରେ ନିର୍ଭର କରନ୍ତି l ଏହି ଜିଲ୍ଲାରେ ମହାନଦୀ, ଖଡ଼ଙ୍ଗ, ବାଘ, ତେଲ,ସାଲୁଙ୍କି, ଲକ୍ଷ୍ମୀ ନାଳ, ଶଗଡିଆ ନାଳ ଥାଇ ମଧ୍ୟ ବର୍ଷା ଅଭାବ ହେଲେ ମରୁଡି ହୋଇଥାଏ l
ଏଣୁ ଚାଷୀକୁଳର ଉନ୍ନତି ପାଇଁ ହେଲେ ସର୍ବପ୍ରଥମେ ଜଳସେଚନର ଆବଶ୍ୟକତା ରହିଛି ଓ ଫେଡେରେସନ ଦାବିକୁ ପ୍ରାଥମିକତା ସହିତ ଗୁରୁତ୍ୱ ଦେଇ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ନଦୀ ଓ ନାଳ ମାନଙ୍କରେ ଡ୍ୟାମ ନିର୍ମାଣ କରିବା ସହିତ ଚାଷୀର ଅର୍ଥନୌତିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଦାବୀ ଗୁଟିକ ଆନ୍ତରିକତା ସହିତ ପୂରଣ କରିବାକୁ ସବିନୟ ଅନୁରୋଧ କରିଛନ୍ତି l
ବିଭିନ୍ନ ଦାବୀ ମଧ୍ୟ୍ୟରେ
1–ଜଳ ସେଚନ ନିମନ୍ତେ ସାଲୁଙ୍କି ନଦୀର ଗୁରୁଜୀମୁଣ୍ଡା, ଖଡ଼ଙ୍ଗ ନଦୀର ସାଡ଼େଙ୍ଗ,ଶଗଡିଆ ନାଳ ର କିଟାଙ୍ଗପଡା ଓ ତେଲ ନଦୀର ଗୌଡ଼ ତୋଳା ଠାରେ ଡ୍ୟାମ ନିର୍ମାଣ କରାଯାଉ l
-2- ମହାନଦୀରେ ଧଳପୁର-ଆଠମଲ୍ଲିକ, ବୌଦ୍ଧ-କିଆକଟା, ବାଉଁଶ଼ୁଣୀ -ବୀରମହାରାଜପୁର, ତେଲ ନଦୀର ମନମୁଣ୍ଡା, କଣ୍ଟାମାଳ ଠାରେ ନିର୍ମାଣ ହୋଇଥିବା ବ୍ରିଜ଼ରେ କଟକର ଯୋବ୍ରା ଭଳିଆ ଆନିକଟ କରାଯାଇ ଓ ପୂର୍ବରୁ ପ୍ରସ୍ଥାବିତ,ଅନୁମୋଦିତ କିନ୍ତୁ ଅନ୍ୟତ୍ର ସ୍ଥାନାତରିତ ହୋଇଯାଇଥିବା ଧଳପୁର, ରାମଗଡ଼ ଓ ସାମ୍ପୋଚ ଠାରେ ମେଗାଉଠା ଜଳସେଚନ ପ୍ରକଳ୍ପ ଗୁଡିକ ପୁନଃ ସ୍ଥାପନ କରିବା ପାଇଁ ଦୃଢ ଦାବୀ କରିଛନ୍ତି ଓ ଚାଲୁ ଥିବା ମେଗା ଉଠା ଜଳ ସେଚନ ପ୍ରକଳ୍ପ ଗୁଡିକ ଠିକ ଭାବେ ପରିଚାଳନା କରିବା ସହିତ ଦପଳା ଗ୍ରାମର ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଦୃଢ ଦାବୀ ଉପସ୍ଥାପନା କରିଥିଲେ l
3- ବୌଦ୍ଧ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଓ ରାଜୁଡା ଅମଳର ବୁଡି ଯାଉଥିବା ପାଳଝାର ଫାର୍ମ ଠାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ l
4- ବୌଦ୍ଧ ଜିଲ୍ଲାର ତିନି ବ୍ଲକ ଓ ମର୍ଜlକୁଦ ଠାରେ 4 ଗୋଟି ଶୀତଳ ଭଣ୍ଡାର ନିର୍ମାଣ କରାଯାଉ l
5- କୃଷିକୁ ଶିଳ୍ପର ମାନ୍ୟତା ଦେବା ସହିତ କୃଷିକ୍ଷେତ୍ରରେ ବ୍ୟବହାର ହେଉଥିବା ଇଲେକ୍ଟ୍ରି ବିଲ ସମ୍ପୂର୍ଣ ଛାଡ଼ କରାଯାଉ l
6- ଗ୍ୟାରେଣ୍ଟି ଜଳ ସେଚନ ବ୍ୟବସ୍ଥା ନ ଥିବାରୁ ଚିର ଅବହେଳିତ ବୌଦ୍ଧ ଜିଲ୍ଲାର ଚାଷୀ ମାନଙ୍କ କୃଷି ଋଣ ଛାଡ଼ କରାଯାଉ l
7- ଲଣ୍ଡିବନ୍ଧ ଘାସ ଫାର୍ମ ବଳକା ଜମିକୁ କାହାକୁ ନ ଦେଇ ସେଠାରେ ଏଫ ପି ଓ ମାଧ୍ୟମରେ ଡ଼ାଇରୀ ଫାର୍ମ ଓ ଘାସ ଚାଷ କରିବା ପାଇଁ ଯୋଗାଇ ଦିଆଯାଉ I
8-ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ କୁ ଉତ୍ତରାଖଣ୍ଡ, ଛତିଶଗଡ଼ ସରକାର ଙ୍କ ଭଳିଆ ଆଇନ ସଂମ୍ମତ କରି ଲିଜ ଦିଆଯାଉ ଓ ଅନାବାଦୀ, ଜଙ୍ଗଲ ଜମିରେ ଔଷଧୀୟ ଚାଷ କରିବା ପାଇଁ ଚାଷୀକୁ ଜମି ଲିଜ ଦିଆଯାଉ I
9- ଗୋସମ୍ପଦ ପାଇଁ ଉଦିଷ୍ଟ ଥିବା ଗୋଚର ଜମିକୁ ବେସରକାରୀ ସ୍ଥରରେ ଜବରଦଖଲ ହୋଇଥିବା ଜମିକୁ ଉଦ୍ଧାର କରାଯାଉ ଓ ସରକାରୀ ସ୍ତରରେ କିସମ ପରିବର୍ତ୍ତନ ହୋଇଥିବା ଜମିକୁ ଅନ୍ୟ ଜାଗାରେ କିଣିକି କ୍ଷତି ପୂରଣ ଦିଆଯାଉ I
10- ସ୍ୱାଧୀନତା ପୂର୍ବର ରାଜୁଡା ସମୟର ଚନ୍ଦ୍ରପୁର ରାଜବନ୍ଧ, ସରସରା ସାଗରକୁ ପୁନଃ ଉଦ୍ଧାର ସହିତ ଜିଲ୍ଲାର ଚାଷୀ ମାନଙ୍କୁ ମାଛ ଓ ବତକ ଚାଷ ପାଇଁ ଯୋଗାଇ ଦିଆଯାଉ I
11-କନ୍ଧମାଳ ଜିଲ୍ଲା ଭଳିଆ ବୌଦ୍ଧ ଜିଲ୍ଲାରେ ଦେଶୀ ମଦକୁ ବ୍ୟାନ କରାଯାଇ ଜିଲ୍ଲା ରେ ଉତ୍ପାଦିତ ମହୁଲ ଫୁଲକୁ ଏଫ ପି ଓ ମାଧମରେ ଖାଦ୍ୟ ପ୍ରକ୍ରିୟା କରଣ କରିବା ପାଇଁ ଭିତିଭୂମି ଯୋଗାଇ ଦିଆଯାଉ l
12- ବୌଦ୍ଧ ଜିଲ୍ଲାରେ ଚାଷରେ ବ୍ୟବହାର ହେଉଥିବା ରାସlନିୟିକ ସାର ଓ କୀଟନାଶକ ଔଷଧକୁ ବନ୍ଦ କରାଯାଇ ଗୋଶାଳା ମାନଙ୍କରେ ଏଫ ପି ଓ ମାନଙ୍କ ମାଧ୍ୟମରେ ଜୈବିକ ସାର କାରଖାନା କରାଯାଇ ଜୈବିକ ପଦ୍ଧତିରେ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉ l
13- ବୌଦ୍ଧ ଜିଲ୍ଲାରେ ଡାଲି ଜାତୀୟ ଫସଲ ଅଧିକ ହୁଏ କିନ୍ତୁ ଚାଷୀ ଦଲାଲ ମନକୁ କମ ଦାମରେ ବିକ୍ରି କରିଦିଏ l ଏଣୁ ଚାଷୀର ଆୟ କୁ ବହୁ ଗୁଣିତ କରିବା ପାଇଁ ଏଫ ପି ଓ ମାଧ୍ୟମରେ ବୃହତ ଡାଲି ମିଲ ସ୍ଥାପନ କରାଯାଉ l
14-ବୌଦ୍ଧ ଆଦର୍ଶ କୃଷି ବଜାର ରେ ଥିବା ଥିବା ଉପର ମହଲା ଦୋକାନ ଗୃହ ଗୁଡିକ ବିନା ସିକୁରିଟି ଓ ମାସିକ କମ ଭଡାରେ ଯୋଗାଇ ଦେବା ନିମନ୍ତେ ଡି ଡି ଏମ ନାବାର୍ଡ ଙ୍କ ମଧ୍ୟରେ ଅଧକ୍ଷ,ଆଦର୍ଶ ବଜାର କମିଟି, ବୌଦ୍ଧ ଙ୍କୁ ଅନୁରୋଧ କରାଯାଇଥିଲା l
15- କୃଷକ ମାନଙ୍କୁ ସରକାର ବିଭିନ୍ନ ଯୋଜନାରେ ସବସିଡି ଦେଉଛନ୍ତି l ଏଫ ପି ଓ ମାନଙ୍କୁ ସର୍ବାଧିକ ସବଚିଡି ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ
ଦାବୀ ଉପସ୍ଥାପନା କରିଥିଲେ l
16- ଏଫିଓ ମାନଙ୍କୁ ନେଇ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଫେଡେରେସନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା l
ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ବୌଦ୍ଧ ଜିଲ୍ଲାର ବିକାଶ ପାଇଁ ନିଶ୍ଚିତ ପ୍ରାଥମିକତା ଦେଇ କୃଷକ ମାନଙ୍କ ଦୃଢ ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି l
