*ଖଡିଆଳରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l ଅଭିଯୋଗ ଶୁଣିଲେ ଖଡିଆଳ ବିଧାୟକ*
ନୂଆପଡା (ମିଖାଏଲ ନନ୍ଦ)
ତା: ୧୯.୦୧
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଖଡିଆଳ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଆଜି ଶିବିରରେ ମାନ୍ୟବର ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ l ଆଜି ସମୁଦାୟ ୯୧ ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୭୮ ଟି ଓ ସାମୁହିକ ୧୩ଟି ଅଭିଯୋଗ ଥିଲା । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ ଜିଲ୍ଲାପାଳ ସୁର୍ମୀ ସୋରେନ,ଡି ଏଫ୍ ଓ ଅଜିଜ ଖାନ,ଡି ଏଫ୍ ଓ କେ ଏଲ ଏ ମାଧବୀ ଲତା,ସି ଡି ଏମ ଓ ଡ଼ ଦ୍ବାରିକାନାଥ ଶତପଥୀ,ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ପ୍ରମୁଖ ମଞ୍ଚାସିନ ଥିଲେ l ଖଡ଼ିଆଳ ବିଡ଼ିଓ ମିଲନ କୁମାର ଝଙ୍କାର, ତହସିଲଦାର ନରସିଂହ ଗଦବା, ଖଡିଆଳ ଏନ୍ ଏ ସି, ଇ ଓ ସ୍ଵାଧୀନ ମହାରଣା,ଡେପୁଟୀ କଲେକ୍ଟର ଶେଖ୍ ନସିମ, ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଶିବିରରେ ଅସହାୟା ଶାନ୍ତିଲତା ପଟ୍ଟନାୟକ, ଗୁର ହାତୀ, ମଞ୍ଜୁ ସୁନା ଓ ଡାଳିମ୍ବ ବେହେରାଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ରେଡ୍ କ୍ରସ୍ ପାଣ୍ଠି ରୁ ତତ୍କାଳୀନ ସହାୟତା ଯୋଗାଇ ଦିଆଯାଇଥିଲା l ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଖଡିଆଳ ବ୍ଲକ୍ ଅଧିକାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଏହି ଅବସରରେ ଭୋଜପୁର ପଞ୍ଚାୟତରେ ପ୍ରାଣୀ ପାଇଁ ଦିନଟିଏ ଉପଲକ୍ଷେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା l
