*ନୂଆପଡାରେ ଜାତୀୟ ଭୋଟର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
, ତା ୧୮.୦୧
ନୂଆପଡା ଜିଲ୍ଲା ସଦର ମହକୁମାରେ ଜାତୀୟ ଭୋଟର ଦିବସ– ୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଧୁସୂଦନ ଦାଶ, ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ତା ୨୫.୦୧.୨୦୨୬ରିଖ ଦିନ ପାଳିତ ହେବାକୁ ଥିବା ଜାତୀୟ ଭୋଟର ଦିବସ ର ଗୁରୁତ୍ୱ ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରାଇଥିଲେ l ବିଶେଷ କରି ଯୁବ ଓ ପ୍ରଥମ ଥର ଭୋଟରମାନଙ୍କ ମଧ୍ୟରେ ଭୋଟର ସଚେତନତା ସୃଷ୍ଟି ପାଇଁ ସମନ୍ୱିତ ଓ ସମୟୋଚିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଡେପୁଟୀ କଲେକ୍ଟର ନିର୍ବାଚନ ,ଶେଖ୍ ନସିମ ପ୍ରସ୍ତୁତି ବିବରଣୀ ଉପସ୍ଥାପନ କରିଥିଲେ l ଏହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ଜାତୀୟ ଭୋଟର ଦିବସ ,ଜିଲ୍ଲା ମୁଖ୍ୟାଳୟ, ନୂଆପଡ଼ା ଠାରେ ପାଳନ କରାଯିବ।ଏହି ଦିନ ପ୍ରାତଃ ୦୯.୦୦ ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏସ୍ ପି ଅଫିସ ଯାଏଁ ଏବଂ ସେଠାରୁ ସଦ୍ଭାବନା ସଭାଗୃହ , ଯେଉଁଠି ସଭା ଅନୁଷ୍ଠିତ ହେବ, ସେହି ପର୍ଯ୍ୟନ୍ତ ଏକ ଭୋଟର ସଚେତନତା ରାଲି ଆୟୋଜନ କରାଯିବ l ଜିଲ୍ଲା କ୍ରୀଡା ଅଧିକାରୀ, ନୂଆପଡ଼ା ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ l ରାଲିରେ ଶତାଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରାଯିବ l ଦିବସ ଅବସରରେ ଉଭୟ ନିର୍ବାଚନ ମଣ୍ଡଳୀରୁ ଶ୍ରେଷ୍ଠ ନିର୍ବାଚନ କର୍ମଚାରୀଙ୍କ ଚୟନ କରାଯାଇ ସମ୍ୱର୍ଦ୍ଧିତ କରାଯିବ l ଏଥିପାଇଁ ଜଣେ ଲେଖାଏଁ ଶ୍ରେଷ୍ଠ ବି ଏଲ ଓ,ବି ଏଲ ଓ ସୁପରଭାଇଜର ଏଵଂ ଏ ଇ ଆର୍ ଓ ଙ୍କୁ ସମ୍ମାନିତ କରାଯିବ l ଏହାବ୍ୟତୀତ ଦୁଇଜଣ ନୂତନ ଭୋଟର ଓ ଦୁଇଜଣ ଶତାୟୁ ଭୋଟର , ଉଭୟ ପୁରୁଷ ଓ ମହିଳା ବର୍ଗରେ ସମ୍ମାନିତ କରାଯିବ l ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କୁଇଜ୍, ତର୍କ ଓ ନିବନ୍ଧ ପ୍ରତିଯୋଗିତା ଆୟୋଜନ କରାଯିବ। ସଭାରେ
ଭୋଟର ଶପଥ ଗ୍ରହଣ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଦସ୍ତଖତ ସଂଗ୍ରହ
ଅଭିଯାନ ହେବ l ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ।ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଉପ- ଜିଲ୍ଲାପାଳ ସୁର୍ମି ସୋରେନ୍ ସମଗ୍ର କାର୍ଯ୍ୟକ୍ରମର ନିରୀକ୍ଷଣ କରିବେ।ଆଜିକାର ବୈଠକରେ ଏମାନଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ ଦ୍ବାରିକା ନାଥ ଶତପଥୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଡି ଏସ ପି ରମାକାନ୍ତ ଜେନା , ବି ଡି ଓ ନୂଆପଡା, ରୋହିତ ଭୋଇ, ଅଧ୍ୟକ୍ଷ ଡି ଆଇ ଇ ଟି ନରୋତ୍ତମ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ନୂଆପଡା ଏନ୍ ଏ ସି ଇ ଓ ଶ୍ରୀନିବାସ ମିର୍ଦ୍ଧା, ଟି ଏସ ଆଇ ପ୍ରଜ୍ଞା ପରିମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଜାତୀୟ ଭୋଟର ଦିବସ ଅବସରରେ ଜନ ସାଧାରଣଙ୍କୁ ଭୋଟଦାନର ମହତ୍ତ୍ଵ ସମ୍ବନ୍ଧରେ ସଚେତନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଆହ୍ବାନ ଦେଇଥିଲେ l
