*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଚଚରାଭଟା ଗ୍ରାମ ଠାରେ ପଶ୍ଚିମାଞ୍ଚଳ ଜ୍ୟୋତିଷ ଓ କର୍ମକାଣ୍ଡ ପଣ୍ଡିତ ମହାସଭା ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୧.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଚଚରାଭଟା ଗ୍ରାମ ଠାରେ ପଶ୍ଚିମାଞ୍ଚଳ ଜ୍ୟୋତିଷ ଓ କର୍ମକାଣ୍ଡ ପଣ୍ଡିତ ମହାସଭା ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଅଛି। ଏହି ମହାସଭା ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭବିଷ୍ୟତ ବାର୍ତ୍ତା, ସଙ୍କେତ ଏବଂ ସମସ୍ୟା ଉପରେ ଗଣନା କରି ସତ୍ତର୍କତା କରିବାର ବଳିଷ୍ଠ ମାଧ୍ୟମ ଅଟେ ବୋଲି ମତବ୍ୟକ୍ତ କରିଥିଲେ ଏହି ସଭାରେ ପ୍ରାଚୀନ ବିଷୟ ଉପରେ ରୁଚି ଯାଗ୍ରତ କରି ଭାରତର ଜ୍ୟୋତିଷ ଶାସ୍ତ୍ର ଉପରେ ଅଭାଟ ହେବା ସୁଯୋଗ ବୋଲି କହିଥିଲେ। ସଭା ରେ ପଣ୍ଡିତ ତାରା ପ୍ରସାଦ ଆଚାର୍ଯ୍ୟ, ରାଜ ପୁରୋହିତ ପ୍ରଫୁଲ୍ଲ ରଥ, ଜ୍ୟୋତିଷ ବିଶାରଦ ସୁଦର୍ଶନ ଠାକୁର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ସାରଦା ପ୍ରସାଦ ପଣ୍ଡା ଯୋଗ ଦେଇ ଉପଯୁକ୍ତ ଗଣନା ଦ୍ବାରା ସମସ୍ତ ବିଷୟ ଉପରେ ମାନବ ସମାଜ ନିଜ ଭୁଲ କୁ ସୁଧାରିବା ର ବାଟ ଫିଟାଉଥିଲେ। ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ରୁ ବହୁ ପଣ୍ଡିତ, ଜ୍ୟୋତିଷ, ଏବଂ ପୁରୋହିତ ମାନେ ଯୋଗ ଦେଇଥିଲେ।
