ତରିକୁନ୍ଦ ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ବେଶ ହସଖୁସିରେ ପାଳିତ ହୋଇ ଯାଇଛି l ଉକ୍ତ ବନ୍ଧୁମିଳନ ଉତ୍ସବକୁ ବିଦ୍ୟାଳୟର ଗୁରୁଦକ୍ଷିଣା ପ୍ରକୋଷ୍ଠରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପୁରାତନ ଛାତ୍ରୀଛାତ୍ରମାନେ ଦିବଙ୍ଗତ ଶିକ୍ଷକ ଓ ସହପାଠୀଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରିବାପରେ ଆମନ୍ତ୍ରିତ ପ୍ରାକ୍ତନ ଶିକ୍ଷକଙ୍କୁ ନେଇ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ପୁରାତନ ଛାତ୍ର ଉପେନ୍ଦ୍ର କୁମାର ନନ୍ଦଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏଥିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ଆଚାର୍ଯ୍ୟ,ପ୍ରାକ୍ତନ ଶିକ୍ଷକ ତଥା ପଞ୍ଚସଖା ଶିକ୍ଷା ସେତୁର ସଭାପତି ରଘୁନାଥ ପତି,ଆଦିକନ୍ଦ ନାୟକ,ପଣ୍ଡିତ ବସନ୍ତ କୁମାର ଦାଶ ଓ ପ୍ରଭାତ ମହାନ୍ତି ବିଶେଷ ଅତିଥି ଭାବେ ଯୋଗଦେଇ ଏକତା ଓ ଭାତୃଭାବ ବଜାଇ ରଖି ୫୦ ବର୍ଷ ପୂର୍ତ୍ତି ପାଳନ କରିଥିବା ଛାତ୍ରୀଛାତ୍ରଙ୍କୁ ଆଶୀର୍ବାଦ ଜ୍ଞାମ୍ପନ କରିଥିଲେ। ଏହାଛଡା ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ ଅତୁଟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ନିଜର ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ଶାନ୍ତନୁ କୁମାର ବେହେରା ସଭା ସଞ୍ଚାଳନ କରିଥିବାବେଳେ ସୁରେଶ ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଥିରେ ସରୋଜ ମହାନ୍ତି,ଶ୍ରୀକାନ୍ତ ଆଚାର୍ଯ୍ୟ,ଗିରିଧାରୀ ରାୟ,ବାମନ ନାୟକ,ଲକ୍ଷ୍ମୀପ୍ରିୟା ଦାଶ,ବିଦୁଲତା ଆଚାର୍ଯ୍ୟ,ପ୍ରଫୁଲ୍ଲ କୁମାର ଜେନା,ଆମଦ କୁମାର ଜେନା,ସିତାନାଥ ନନ୍ଦ,କନକ ଶତପଥୀ,ପତିତପାବନ ପଣ୍ଡା,ପ୍ରଶାନ୍ତ ଦାଶ,ସୁଶିଲ ବାରିକଙ୍କ ସହ ୮୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସେମାନଙ୍କ ପରିବାର ସହ ଉପସ୍ଥିତ ଥିଲେ। ଶେଷରେ ସୁମାଳି ଚରଣ ମହାରଣା ସାଙ୍ଗ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l
