ଖରସ୍ରୋତା ନଦୀ ଏବେ ଚରାଭୂଇଁ ପାଲଟିଛି |
ବିଞ୍ଝାରପୁର,ତା, ୧୮/୦୧, ରିଖ,(ସରୋଜ କୁମାର ଧଳ)
ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀ ଏବେ ଚରାଭୂଇଁ ପାଲଟିଛି | ଦିନ ରାତି ଏଠାରୁ ବାଲି ଚୋରି ହେଉଛି ଦୈନିକ ୫୦ ରୁ ୭୦ଟ୍ରିପ ବାଲି ହାଇୱା ଯୋଗେ ବାଲେଶ୍ୱର ଜିଲ୍ଲା ସମେତ ପଶ୍ଚିମବଙ୍ଗକୁ ଚାଲାଣ ହେଉ ଥିବାର ଜନ ସାଧାରଣରେ ଚର୍ଚ୍ଚା ହେଉଛି | ସୈରାତ ଲିଜଧାରୀ ବର୍ଷକୁ ଧାର୍ଯ୍ୟ ପରିମାଣର ବାଲି ଉଠାଉ ଥିବାର ଅଭିଯୋଗ ହୋଇଛି | ଖୋଲା ଖୋଲି ଏହି ବେନିୟମ କାର୍ଯ୍ୟ ଚାଲିଛି | ବିଞ୍ଝାରପୁର ଓ ଅଳକୁଣ୍ଡ ଥାନା ସମ୍ମୁଖ ଦେଈ ବାଲି ବୋଝେଇ ହାଇୱା ଯାତା ୟତ କରୁ ଥିଲେ ମଧ୍ୟ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ | 90
ପ୍ରତିଶଦ ବାଲି ବାଙ୍କୀପାଳ ଘାଟରୁ ଚୋରା ଚାଲାଣ ହେଉଛି | ବାଲି ବୋଝେଇ ଟ୍ରାକ୍ଟର ଓ ୨୫ରୁ ୪୦ ଟନ ବାଲି ବୋଝେଇ ହାଇୱା ଚଳା ଚଳ ଯୋଗୁ ରାସ୍ତାର ଅବସ୍ଥା ବହୁ ସୋଚନୀୟ ହୋଇ ପଡିଛି | ତହସିଲ ଓ ଖଣି ବିଭାଗର ନିଷ୍କ୍ରିୟତା ଯୋଗୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ବ ହାନି ହେଉଛି | ରସିକ ଛକଠାରୁ ପ୍ରୀତିପୁର ପର୍ଯ୍ୟନ୍ତ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ହୋଇ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି | କେତକ ବାଲି ଘାଟକୁ ବାଲି ନଥିବା ଦର୍ଶାଇ ନିଲାମ କରାଯାଉନି | ଅଥଚ ପାଣି ଭିତରୁ ବାଲି ଉଠାଇ ଚାଲାଣ କରା ଯାଉଛି | କୋଲକାତାରେ ଟ୍ରିପ ପିଛା ୫୦ରୁ ୬୦ ହଜାର ଟଙ୍କାରେ ବିକ୍ରିକରି ବାଲି ଲୁଟେରା ଲାଲେ ଲାଲ ହେଉଛନ୍ତି | ବାଲି ଉଠାଣ ପାଇଁ ନଦୀବନ୍ଧ କୁ କଟାଯାଉଛି | ବାଙ୍କୀପାଳ ବାଲିଘାଟ ଲିଜ ନେଇଥିବା ବେକ୍ତି ଦୈନିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି | ଏହିପରି ବାଲି ଖନ୍ନନ ପ୍ରକ୍ରିୟା ଯଦି ଜାରୀ ରୁହେ ତା ହେଲେ ଜନ ସାଧାରଣଙ୍କ କହିବା କଥା ଆଗାମୀ ଦିନରେ ଆମେ କିମ୍ୱା ଆମ ପୁଅ ନାତି ବେଳକୁ ବାଲି ମିଳିବା ସାତ ସପନ ହୋଇ ଯିବ |
