ଭଦିଳ ଗ୍ରାମର ସନ୍ତୋଷୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ପଳସୁଧା ପଞ୍ଚାୟତର ଭଦିଳୋ ଗ୍ରାମର ମା ସନ୍ତୋଷୀ ବ୍ରହ୍ମ ଅଣାକ୍ଷର ପୀଠରେ ପଞ୍ଚଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ ଓ ହରିହାଟ ସହିତ ନାମ ପରିକ୍ରମା ବାବା ସେବକ ଅରୁଣଙ୍କ ପୌରୋହିତରେ ଅନୁଷ୍ଠିତ ହେଉଅଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିଭିନ୍ନ ଦିବସରୁ ଆରମ୍ଭ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନେକ ସାଧୁବୈଷ୍ଣବ ଓ ଭକ୍ତବୃନ୍ଦଙ୍କ ଦ୍ୱାରା ମା ସନ୍ତୋଷୀଙ୍କ ବିଷୟରେ ପୁରାଣ ଓ ମାଳିକା ବିଷୟରେ ସାରଗର୍ଭକ କଥା ଆଲୋଚନା ହେଉଅଛି । ପଞ୍ଚଦିବସୀୟ ଉକ୍ତ ବିଶ୍ୱଶାନ୍ତି ଯଜ୍ଞାତ୍ସବରେ ପଣ୍ଡିତଗିରିଜା ଶଂକର ପଣ୍ଡା, କ୍ଷମାସାଗର ପଣ୍ଡା, ପଣ୍ଡିତ ଚନ୍ଦ୍ରକାନ୍ତ ପଣ୍ଡା, ପଣ୍ଡିତସଂଜୀବ ମହାପାତ୍ର, ପଣ୍ଡିତ ଚନ୍ଦନଆଚାଯ୍ୟ ଓ ଦୈନିକ ନିତ୍ୟ ପୂଜକ ମାଧବାନନ୍ଦ କର ପ୍ରଭୃତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କର୍ତ୍ତା ବିଭୂତି ଭୂଷଣ ମହାନ୍ତି ଓ କର୍ତ୍ତୀ କନକଲତା ମହାନ୍ତି ପ୍ରଭୃତି ଏଥିରେ ଉପସ୍ଥିତ ଥିଲାବେଳେ ସମ୍ମାନିତ ଅତିଥି ଭାବେ ନିଖିଳୋତ୍କଳପ୍ରବକ୍ତା ପରିଷଦର ସଭ୍ୟ ତଥା ଧର୍ମ ଜାଗରଣ ମଞ୍ଚ ଜଗତ୍ସିଂହପୁର ଜିଲ୍ଲାର ଜିଲ୍ଲା ସଂସ୍କୃତି ପ୍ରମୂଖ ରାମାୟଣୀ ପଣ୍ଡିତ ଅଭୟଦାଶ(ବୁଲୁ ନନା)ଏଥିରେ ଯୋଗ ଦେଇଥିଲେ। ପଣ୍ଡିତ ପ୍ରଭାତରଂଜନ କରଙ୍କ ଦ୍ୱାରା ଅନେକ ଭକ୍ତଙ୍କ ଦ୍ୱାରା ନାମ ଭଜନ ଓ ସଂକୀର୍ତ୍ତନ କରିବା ଦେଖିବାକୁ ମିଳିଛି । ଭଦିଳୋ, ଲଂକାପଡ଼ା,ରାଏସର,ଖରିସିଆଣ,ପୁଣ୍ଡୀଲେ ,ତଳକୁସୁମା, ଓ ପଳସୁଧା,ବନ୍ତଳା ପ୍ରଭୃତି ଭକ୍ତବୃନ୍ଦ ଉପସ୍ଥିତ ରହି ମା, ସନ୍ତୋଷୀଙ୍କ କୃପା ଲାଭ କରି ପ୍ରସାଦ ପାଇ ନିଜ ନିଜର ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
