*ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ଆନୁଷଙ୍ଗିକ ବ୍ୟବସ୍ଥା ଓ ସ୍ଥିତି ଅନୁଧ୍ୟାନ ନେଇ ରାଜ୍ୟ ପ୍ରତିନିଧି ଦଳ ପରିଦର୍ଶନ , ସୁବିଧା ଯୋଗାଣ ରେ ସନ୍ତୋଷ ଜନକ ବୋଲି ପ୍ରକାଶ* ନୂଆପଡା (ମିଖାଏଲ ନନ୍ଦ)
ତା:୧୮.୦୧.
ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଓ ସ୍ଥିତି ଅନୁଧ୍ୟାନ ନେଇ ରାଜ୍ୟ ପ୍ରତିନିଧି ଦଳ ପରିଦର୍ଶନ , ସୁବିଧା ଯୋଗାଣ ରେ ସନ୍ତୋଷ ଜନକ ବୋଲି ପ୍ରକାଶ କରିଛନ୍ତି। ଆଜି ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରିଦର୍ଶନ କରି ବର୍ଜ୍ୟବସ୍ତୁ ପ୍ରଶମନ, ସ୍ୱାସ୍ଥ୍ୟ କର୍ମୀ ଙ୍କ ପାଇଁ ଉନ୍ନତ ବ୍ୟବସ୍ଥା, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖୋଲା ସ୍ଥାନ ରେ ଉଦ୍ୟାନ ନିର୍ମାଣ କରିବ ପାଇଁ ଆହ୍ବାନ କରିଛନ୍ତି। ସେହିପରି ମିଶନ ଶକ୍ତି କେଫେ ପରିଦର୍ଶନ କରି ରୋଗୀ ଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଣ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ଜ୍ୟବସ୍ତୁ ଉପଯୁକ୍ତ ପ୍ରଶମନ କରିବା ପାଇଁ ଆହ୍ବାନ କରିଛନ୍ତି। ଏହି ଗସ୍ତ ରେ ରାଜ୍ୟ ପ୍ରତିନିଧି ଦଳ ମଧ୍ୟରେ ଡଃ.ଅମରେଶ ମିଶ୍ର, ଏନ୍ ସି ଡ଼ି ରାଜ୍ୟ ସଂଯୋଜକ ଲାଲିତ୍ ମୋହନ ସାହୁ, ହିରାଲଲା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ. ରଞ୍ଜିତ କୁମାର ରାଉତ, ଡଃ ମହେନ୍ଦ୍ର ମାଝୀ, ସ୍ୱାସ୍ଥ୍ୟ ମେନେଜର, ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସନ୍ତୋଷ ଜନକ କାର୍ଯ୍ୟ ହେଉଥିବା ବେଳେ ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବୁ ପ୍ରକାଶ କରିଥିଲେ।
