*ଚେତନା ସାମାଜିକ ଅନୁଷ୍ଠାନ ତରଫରୁ ଜାତୀୟ ୟୁବା ଦିବସ ପାଳିତ ହୋଇଥିଲା*
ନୂଆପଡା (ମିଖାଏଲ ନନ୍ଦ)
ଅଦ୍ୟ ତାରିଖ 12/01/2026 ଦିନ ଡୁଆଝର ଗ୍ରାମ ଠାରେ ଅଗ୍ରଣୀ ଚେତନା ସାମାଜିକ ଅନୁଷ୍ଠାନ ତରଫରୁ ଜାତୀୟ ୟୁବା ଦିବସ ପାଳିତ ହୋଇଥିଲା ଏଥିରେ ଖଡ଼ିଆଳ ବ୍ଲକ ରୁ ଯୁବକ ଓ ଯୁବତୀ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ସଭା କାର୍ଯ କୁ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଚେରୁ ମେହେର ଉପସ୍ଥିତ ଥିବା ଯୁବକ ଯୁବତୀ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଯୁବ ଦିବସ ର ତପ୍ତର୍ୟ ତଥା ସ୍ବାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ବର୍ତ୍ତମାନ ସମୟ ରେ ଯୁବ ପିଢୀ କିଭଳି ଭାବରେ ସମାଜ ର ବିକାଶ ରେ ସାମିଲ ହୋଇପାରିବେ ତଥା ଦେଶ ର ମାନ ରଖିବା ସହ ଆତ୍ମ ନିରଭର ହେବା ସହ ଦେଶ ଓ ଜାତିର ଗୌରବ ଅର୍ଜନ କରିବେ ସେ ଦିଗରେ ସମ୍ପୂର୍ଣ୍ଣ ବର୍ଣ୍ଣନା କରିଥିଲେ। ଅନ୍ୟ ତମ ଅତିଥି ଶ୍ରୀ ମତି ବିଦ୍ୟୁତ୍ ପ୍ରଭା ମେହେର ବିଶିଷ୍ଟ ଆଇନ ଜିବୀ ବିଭିନ୍ନ ଆମ ଆଇନ ତଥା ସରକାରଙ୍କ ସାମାଜିକ ଯୋଜନା ଓ ଯୁବ ସମାଜ ଦାୟିତ୍ଵ ଉପରେ ସଂପୂର୍ଣ୍ଣ ବ୍ୟାଖ୍ୟା କରିଥିଲେ । ଏହି ସଭାରେ ହାରାହାରି 100 ଜଣ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ।
