*ନୂଆପଡ଼ା ଜିଲ୍ଲା ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ଡବଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟନ,ଯୁବ କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିବାର ପ୍ରୟାସ ବୋଲି ଜିଲ୍ଲାପାଳ ମତବ୍ୟକ୍ତ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୭.୦୧.
ନୂଆପଡ଼ା ଜିଲ୍ଲା ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ଡବଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟନ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଯୁବ କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିବାର ପ୍ରୟାସ ବୋଲି ମତବ୍ୟକ୍ତ କରିଛନ୍ତି। ଉଦ୍ଘାଟନ ଉତ୍ସବ ରେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର କୁମାର ବଢାଇ, ଖଡିଆଳ ବେଡମିଣ୍ଟନ କ୍ଳବ୍ ଖଡିଆଳ ଉପ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ପପୁ ଅଗ୍ରୱାଲ ପ୍ରମୁଖ ଯୋଗ ମଞ୍ଚାଶିନ ହୋଇଥିଲେ। ଉଦ୍ଘାଟନ ପରେ ଜିଲ୍ଲାପାଳ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କ ଡବଲ ମେଚ ଖେଳିଥିଲେ। ଜିଲ୍ଲାପାଳ ବିଜୟ ହୋଇଥିଲେ। କ୍ରୀଡାବିତ ଙ୍କୁ ଉତ୍ସାହିତ କରିବା ସହ ବହୁ ପ୍ରତିଯୋଗୀ ସାମିଲ ହୋଇ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି। ବୋଡ଼େନ, ନୂଆପଡ଼ା, ସିନାପାଲି, କୋମନା ଏବଂ ଖଡିଆଳ ଅଞ୍ଚଳ ରୁ ବହୁ ଖେଳାଳି ଯୋଗ ଦେଇଥିଲେ।
