ଝାରପୋଖରିଆ ଗୋରୁ ବ୍ୟବସାୟୀ ଘରେ ପୋଲିସର ଚଢାଉ
_____________________
ତା/୧୭/୦୧/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ରାଜ୍ୟରେ ବଡ଼ଧରଣର ରେଡ଼ ଗୋରୁ ମାଫିଆଙ୍କ ଘରେ| ରାଜ୍ୟ ସରକାର ଏବେ ଆକ୍ସନ ମୁଡ଼ରେ । ଆକ୍ସନ ମୁଡ଼ରେ କେନ୍ଦୁଝର ପୋଲିସ। କେନ୍ଦୁଝର ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ପୋଲିସ ର ଏକାଧିକ ଦଳ ରାତା ରାତି ଭିତରେ ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସ ଭବନରେ ସମନ୍ୱିତ ଚଢ଼ାଉ କରିଛନ୍ତିା ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଶଂସା ଯୋଗ୍ୟ। ସୂଚନା ଅନୁସାରେ ଝାରପୋଖରିଆ ଥାନା ଅନ୍ତର୍ଗତ ଡ଼ିହାଯୋଡ଼ି ଗ୍ରାମରେ ଜଣେ ଗୋରୁ ବ୍ୟବସାୟୀଙ୍କ ଘରେ କେନ୍ଦୁଝର ପୋଲିସ ରାତି ଅଧରେ ବେନାମୀ ସମ୍ପତ୍ତି ରଖିବା ଘଟଣାରେ ରେଡ଼ କରିଛି। ରେଡ଼ ସମୟରେ ପୁଳା, ପୁଳା ନୋଟ ଦେଖି ପୋଲିସ ର ହୋସ ଉଡ଼ିଯାଇଛି। ରେଡ଼ ବେଳେ ଅନୁମାନିକ ୩୦ ଲକ୍ଷ୍ୟ ଟଙ୍କା,୧୦ଟି ମୋବାଇଲ ସହିତ ବିପୁଳ ପରିମାଣର ସୁନା ଅଳଙ୍କାର ମିଳି ଥିବାର ସୂଚନା l ଏହି ରେଡ଼ ମୟୂରଭଞ୍ଜ ଜିଲ୍ଲାର ୭ଟି ସ୍ଥାନରେ ଏବଂ ଓଡ଼ିଶାର ୪ଟି ଜିଲ୍ଲା ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସମୁଦାୟ ୪୬ ଟି ସ୍ଥାନରେ ଏହି କେନ୍ଦୁଝର ପୋଲିସ ଟିମ୍ ଚଢାଉ ଜାରି ରଖିଛି। ଏହି ସବୁ ଜାଗାରେ ରେଡ଼ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା, ଯାନବାହାନ ଏବଂ ଅନ୍ୟାନ୍ୟ ସମ୍ପତ୍ତିର ଜବତ ହୋଇ ଥିବା ସୂଚ଼ନା ମିଳିଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ତଦନ୍ତ ସରି ନ ଥିବାର ସୂଚ଼ନା ମିଳିଛି। ଭଞ୍ଜଦୁତ ଖବର।
