ବିଶ୍ୱ ଶିଶୁ ଶ୍ରମ ନିରାକରଣ ଦିବସରେ ସଚେତନତା ରଥ
ବିଶ୍ୱ ଶିଶୁ ଶ୍ରମ ନିରାକରଣ ଦିବସ ଅବସରରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଛେଦ ସହ ଏହି ଆଇନଗତ ବ୍ୟବସ୍ଥା ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଉଦେଶ୍ୟରେ ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବିଏଡିସି/ଯେଆରସି ମିଳିତ ଅନୁକୁଲ୍ୟରେ ଜ଼ିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି. ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜ଼ିଲ୍ଲାପାଳ ଈଶ୍ବରଚନ୍ଦ୍ର ନାୟକଙ୍କ ଦ୍ୱାରା “ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା” ର ଉଦଘାଟନ ହେଇଯାଇଛି. ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀନି ନିହାରିକା ମହାନ୍ତି ଜ଼ିଲ୍ଲା ଶ୍ରମ ଅଧିକାରୀ ନିରଞ୍ଜନ ନାୟକ , ଅତିରିକ୍ତ ଶ୍ରମ ଅଧିକାରୀ ପାନମଣି ସୋରେନ, ତନ୍ମୟ ସୋରେନ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତା ବିଶ୍ୱାଳ, ବିଏଡିସି ର ସଦସ୍ୟ ଅଙ୍କିତା ବାରିକ, ସୁଭଦ୍ରା ନାୟକ ସମେତ ସ୍ବେଛାସେବୀ ସଂଗଠନ ସାମିଲ ଥିଲେ. ଶିଶୁ ଶ୍ରମିକ ନିଷେଧ ଆଇନ ଓ ଶୃଙ୍ଖଳା ସମ୍ବଧିତ ଗୁରୁତ୍ୱପୂର୍ଣବାର୍ତ୍ତା ପ୍ରଦାନ କରାଯାଇଥିଲା. ଏହି ସଚେତନତା ଶୋଭାଯାତ୍ରା ସକାଳେ ମୟୁରଭଞ୍ଜ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମ କରିଥିଲା. ଶିଶୁଙ୍କ ଅଧିକାର ଶିକ୍ଷା ଶ୍ରମ ନୁହେ ” ଶିଶୁ ଶ୍ରମ ମୁକ୍ତ ଓଡିଶା ଆମର ସଂକଳ୍ପ ” ଏ ନେଇ ସଚେତନତା କରାଯାଇଅଛି.
