*ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ମୁଖ୍ୟ ଚିକିତ୍ସାଳୟ କୁ ପ୍ରଦାନ କରାଗଲା l* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
Vo:: ଆଜି ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟ କୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଏକ ଉଚ୍ଚ ଟେକ୍ନୋଲୋଜି ଆଧାରିତ biochemical analyser ମେସିନ ପ୍ରଦାନ କରାଯାଇଛି l ଜାପାନ ନିର୍ମିତ Astira LX-400 ANALYSER Machine ରେ 44 ପ୍ରକାର ରୋଗ ର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରଖୁଛି l ମାଗଣା ରେ 1 ଘଣ୍ଟାରେ 400 ରୋଗୀଙ୍କ ନମୁନା ପରୀକ୍ଷା କରାଯାଇପାରିବ l ଲିଭର, କିଡନୀ, ବ୍ଲଡ ସୁଗାରର କ୍ରିଟିକାଲ ପରୀକ୍ଷା ପାଇଁ ଢ଼େଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱର ଯାଉଥିଲେ ଏବଂ ଖର୍ଚ୍ଚ ବହୁଳ ହେଉଥିଲା ତାହା ଏବେ ଅଳ୍ପ ସମୟ ଭିତରେ 100% ସଠିକ ନିରୂପଣ କରିବାର କ୍ଷମତା ରଖୁଛି l ଦକ୍ଷ technician ଙ୍କୁ ନିଯୁକ୍ତି ପାଇ ଏହି ଯନ୍ତ୍ର କୁ ପରିଚାଲନା କରିବେ ବୋଲି CDMO କହିଛନ୍ତି l ଆଜି ଅପରାହ୍ନ 4ଟା ସମୟରେ ମୁଖ୍ୟ ଡ଼ାକ୍ତରଖାନା ନମୁନା ପରୀକ୍ଷା ଗବେଷଣା କେନ୍ଦ୍ର ରେ ଏହି ଯନ୍ତ୍ର ଟିକୁ ଆନୁଷ୍ଠାନିକ ଭାବରେ ମୁନସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଫିତା କାଟି ଉଦ୍ଘାଟନ କରିଚନ୍ତି l ଅନ୍ୟତମ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲପାଳ ରମେଶ ଚନ୍ଦ୍ର ସେଠି, CDMO ଦାୟିତ୍ୱ ରେ ଥିବା ଡ ଏନ୍ ଡି ସି ବେହେରା, ମେଡିସିନ ସ୍ପେଶିଆଲିଷ୍ଟ ଡ ରାଜେନ୍ଦ୍ର କୁମାର ସେଠି ଓ ଜିଲ୍ଲା ସାମ୍ୱାଦିକ ସଙ୍ଘ ସଭାପତି ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲେ l ଏହି Astira ବାୟୋକେମିକାଲ ମେସିନ କୁ ପରିଚାଲନା କରିବାକୂ ଦୀପଙ୍କର ରାୟ, ସୁନୀଲ ପ୍ରଧାନ, ରଞ୍ଜନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିଙ୍କୁ ଅନାଲିଜାର ମେସିନ ଉପାଦେୟତା ସମ୍ପର୍କରେ ଅବଗତ କରାଇ ଥିଲେ l ସାମ୍ବାଦିକ ସଙ୍ଘ ର ବରିଷ୍ଠ ସାମ୍ୱାଦିକମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ l ମ୍ୟୁନିସିପାଲିଟୀ ଅଧ୍ୟକ୍ଷା ତଥା CDMO ସାଂବାଦିକ ସଂଘ ର ଏହି ମହତ କାର୍ଯ୍ୟ କୁ ଭୁୟସୀ ପ୍ରଂଶସା କରିଥଲେ l
