ସୀମାନ୍ତ ମହାବିଦ୍ୟାଳୟରେ ଏନ.ସି.ସି.ର ସମର ଶିକ୍ଷାର୍ଥୀ ବାହିନୀ ପ୍ରାର୍ଥୀ ଚୟନ ।
——————————
ସାରସକଣା,(୨୬/୮/୨୬):(ନି.ପ୍ର):
ଅଦ୍ୟ ତା ୨୫ ତାରିଖ ରିଖ ସୀମାନ୍ତ ମହାବିଦ୍ୟାଳୟ ଝରପୋଖରିଆରେ ଏନ୍ ସି ସି ଶାଖା ର ସମର ଶିକ୍ଷାର୍ଥୀ ବାହିନୀ ପ୍ରାର୍ଥୀ ଚୟନ ଅଧ୍ୟକ୍ଷ ଶ୍ରଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଏନ୍ ସି ସି ଅଧିକାରୀ ଲେଫ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଇ ଯାଇଛି। ୧୪ ଓଡ଼ିଶା ବାଟାଲିୟନ କେନ୍ଦୁଝରରୁ ହାବିଲଦାର ଭୂପେନ୍ଦ୍ର ସିଂହ ଏବଂ ନାଏକ ସୁବେଦାର ଦୀପକ ଡାଙ୍ଗଡେ ଚୟନ ପାଇଁ ଆସିଥିଲେ , ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲା ପରେ, ଅଧିକାରୀ ମାନେ କଲେଜ ପଡ଼ିଆରେ ଚୟନ କରିଥିଲେ । ଏନ୍ ସି ସି ସିନିୟର୍ ହିମାଙ୍ଗସୁ କୁମାର ଗିରି, ଜୁନିଅର ଅଣ୍ଡର ଅଫିସର ନିର୍ମଳା ଟୁଡୁ, ଜୁନିଅର ଅଣ୍ଡର ଅଫିସର ଅମନ୍ କୁମାର ପିଙ୍ଗୁଆ ସହଯୋଗ କରିଥିଲେ । ମହାବିଦ୍ୟାଳୟରେ ଏନ.ସି.ସି. କ୍ୟାମ୍ପ ଶାଖା ପାଇଁ କ୍ୟାଡେଟ ଚୟନ ପ୍ରକ୍ରିୟା ଏକ ଅତ୍ୟନ୍ତ ଉତ୍ସାହ ଜନକ ଓ ଗୌରବମୟ ସମାରୋହ ଭାବେ ସମ୍ପନ୍ନ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ଶୃଙ୍ଖଳା, ଦେଶପ୍ରେମ ଏବଂ କର୍ତ୍ତବ୍ୟପରାୟଣତାର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ପ୍ରାକ୍-ସକାଳର ସୂର୍ଯ୍ୟକିରଣ ମହାବିଦ୍ୟାଳୟ ଖେଳପଡ଼ିଆକୁ ଆଲୋକିତ କରିବା ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କ ଗହଳି ଓ ଉତ୍ସାହରେ ପରିବେଶ ସମ୍ପୂର୍ଣ୍ଣ ସଜୀବ ହୋଇ ଉଠିଥିଲା । ଉଭୟ ଛାତ୍ର ଓ ଛାତ୍ରୀମାନେ ନିଜକୁ ଏକ ଶୃଙ୍ଖଳିତ ସୈନିକ ଭାବେ ଗଢିତୋଳିବା ପାଇଁ ହୃଦୟରେ ବଳିଷ୍ଠ ସଂକଳ୍ପ ନେଇ ପଡ଼ିଆକୁ ଓହ୍ଲାଇଥିଲେ । କ୍ୟାଡେଟମାନଙ୍କ ସହନଶୀଳତା ଓ ଦକ୍ଷତା ମାପିବା ପାଇଁ ଦୌଡ, ପୁସ୍-ଅପ୍ ଏବଂ ବିଭିନ୍ନ ବ୍ୟାୟାମ କରାଯାଇଥିଲା । ପ୍ରତ୍ୟେକ ପ୍ରତିଯୋଗୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥିଲେ । ଶାରୀରିକ ସକ୍ଷମତାସହ ପ୍ରାର୍ଥୀମାନଙ୍କ ମାନସିକ ସଚେତନତା, ସାଧାରଣ ଜ୍ଞାନ ଏବଂ ନେତୃତ୍ଵ ନେବାର କ୍ଷମତାକୁ ପରଖାଯାଇଥିଲା । ଏନ୍.ସି.ସି.ର ମୂଳମନ୍ତ୍ର “ଏକତା ଓ ଶୃଙ୍ଖଳା” କୁ ଆଧାର କରି କ୍ୟାଡେଟ ମାନଙ୍କୁ ଚାଲିଚଳନ ଏବଂ ଆଜ୍ଞା ପାଳନ ଗୁଣକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ, ଏନ୍.ସି.ସି.ଅଫିସର ଓ ସେନାରୁ ଆସିଥିବା ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପୂର୍ଣ୍ଣ ପ୍ରକିୟାଟି ନିରପେକ୍ଷ ଏବଂ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା । ପରିଶେଷରେ ଏହି ପକ୍ରିୟାରେ ୧୨ ଜଣ ଛାତ୍ର ଓ ୮ ଜଣ ଛାତ୍ରୀଙ୍କୁ ଚୟନ କରା ଯାଇଥିଲା । ଅନିଲ କୁମାର ସାହୁ ସରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
