*ଖଡିଆର ରୋଡ ସହର ମଧ୍ୟରେ ଜାତୀୟ ରାଜପଥ ୩୫୩ ନମ୍ବର ଓସାରିକରଣ ନେଇ ଜବରଦଖଲ ଉଚ୍ଛେଦ, ଉପ ଜିଲ୍ଲାପାଳଙ୍କ ସହ ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନ ମହଜୁଦ୍ ରେ ଉଚ୍ଛେଦ କାର୍ଯ୍ୟ ଜାରୀ*
ନୂଆପଡା(ମିଖାଏଲ ନନ୍ଦ) ତା:୨୬.୦୮.
ନୂଆପଡ଼ା ଜିଲ୍ଲା ଖଡିଆର ରୋଡ ସହର ମଧ୍ୟରେ ଜାତୀୟ ରାଜପଥ ୩୫୩ ନମ୍ବର ଓସାରିକରଣ ନେଇ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଜବର୍ ଦାଖଲ ଉଚ୍ଛେଦ କରୁଥିବା ବେଳେ ଖରୀଆର ରୋଡ ସହର ୱାନ ୱେ ଯାତାୟାତ ବ୍ୟବସ୍ଥା ହେବ ବୋଲି ପ୍ରକାଶ କରିଛନ୍ତି। ରାଜପଥ ମଧ୍ୟରେ ଡିଭାଇଡ଼ର ନିର୍ମାଣ ହେବା ପ୍ରସ୍ତାବ ରହିଅଛି। ଯାହାକି ଟ୍ରାଫିକ ସମସ୍ୟା ମଧ୍ୟ ଦୂରୀଭୂତ ହେବ। ଏହି ଜବର୍ ଦଖଲ ଉଚ୍ଛେଦ ପାଇଁ ଉପ ଜିଲ୍ଲାପାଳ ସୂର୍ମି ସୋରେନ ନେତୃତ୍ୱରେ ଉଚ୍ଛେଦ ହେଉଥିବା ବେଳେ ଖଡ଼ିଆଳ ଅତିରିକ୍ତ ତହସିଲ ଦର ସୁଧାଂଶୁ ଶେଖର ମାଝୀ ଙ୍କ ଉପସ୍ଥିତି ରେ ସହ ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନ ମହଜୁଦ୍ ରେ ଉଚ୍ଛେଦ କାର୍ଯ୍ୟ ଜାରୀରହିଅଛି।
