ଝାରପୋଖରିଆ ଠାରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବ୍ଲକ ସଭାପତି ଓ ମୟୂରଭଞ୍ଜ ଜିଲ୍ଲା(୨) ସଭାପତିଙ୍କ ପ୍ରେସ୍ ମିଟ
__________________
ତା/୧୫/୦୬/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ଆଜିର ଦିନରେ ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅପରାଧୀ ମାନେ ବିଭିନ୍ନ ପ୍ରକାରର ଅପରାଧ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରୁନାହାନ୍ତି। ଏଇ କିଛି ଦିନ ହେଲା ରାଜ୍ୟରେ ନାରୀ ନିର୍ଯାତନା. ମାରପିଟ , ହତ୍ୟା ଭଳି ସଙ୍ଗୀନ ମାମଲା ବଢି ଚାଲିଛି । ବାଲି ମାଫିଆ,ଗୋରୁ ମାଫିଆ,ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାର ଲାଗିଛି। ରାଜ୍ୟ ସରକାର ଏଇ କିଛି ଦିନ ହେଲା ବାଲି ମାଫିଆ,ଗୋରୁ ମାଫିଆ,ଗଞ୍ଜେଇ ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଜି ସାରସକଣା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ଆଜି ୧୫ ତାରିଖ ସଂଧ୍ୟା ୬ ଘଟିକା ସମୟରେ ଝାରପୋଖରିଆ ଦଳୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାର-୨ ସଭାପତି ଡ. ଦେବାଶିଷ ମାରାଣ୍ଡି , ବ୍ଲକ ସଭାପତି ମଣି ଶଙ୍କର ବାରିକ, ଜିଲ୍ଲା ଗଣମାଧ୍ୟମ ମୁଖପାତ୍ର ସତ୍ୟଜିତ ଦତ୍ତ, ଅଜୟ ମଣ୍ଡଳ, ରାଜ୍ୟ ସମ୍ପାଦକ ଦୀପକ କୁମାର ମଢୁଆଳ ଆଦି ପ୍ରମୁଖ ଉପସ୍ଥିତ ଥିଲେ । ଡ. ମାରଣ୍ଡି ନିକଟରେ ଗୋ ଚାଲାଣକୁ ନେଇ ଯେଉଁ ଚ଼ଢାଉ ହୋଇଥିଲା ଏବଂ ଚ଼ଢାଉ ହେବାର ପୂର୍ବରୁ ଟଙ୍କା ନେଇ ଫେରାର ହେବାର ଘଟଣାକୁ ନିନ୍ଦା କରିଛନ୍ତି । ପ୍ରସାଶନର ସମ୍ପୁର୍ଣ୍ଣ ହାତ ଥିବା କଥା ନେଇ ଚ଼ିନ୍ତା ବ୍ୟକ୍ତ କରିଥିଲେ । ଏବଂ ସରକାରଙ୍କୁ ଡ଼ାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା କଥା କହିଥିଲେ । ଗୋ ରକ୍ଷକ ନାଁ ରେ ଗୋ ଭକ୍ଷକ ବୋଲି ସମ୍ବନ୍ଧିତ କରିଥିଲେ । ଏମିତି ନିନ୍ଦନୀୟ ଘଟଣା ପାଇଁ ସ୍ଥାନୀୟ ପ୍ରଶାସନକୁ ସପୂର୍ଣ୍ଣ ଦାୟୀ କରିଥିଲେ । ଗୋ ସୁରକ୍ଷା ନାଁ ରେ ଗୋ ତସ୍କରି କରୁଛି ଏ ସରକାର ଏବଂ କେବଳ ଲୋକ ଦେଖାଣିଆ ଚଢ଼ାଉ କରି ଭ୍ରମିତ କରୁଛି ଲୋକଙ୍କୁ । ଅଞ୍ଚଳରେ ବାଲି ଚୋରା ଚାଲାଣକୁ ନେଇ ମଧ୍ୟ ପ୍ରସାଶନକୁ ଦାୟୀ କରିଥିଲେ । ସୂବର୍ଣ୍ଣରେଖା ନଦୀରୁ ସୁନାଖଣି ବାଲିକୁ ଦିନରାତି ଚୋରି କରି ବେଆଇନ ଭାବରେ ଅନ୍ୟ ସ୍ଥାନକୁ ଚାଲାଣ କରି ନେଉଛନ୍ତି ହେଲେ ପ୍ରସାଶନ ଚୁପ ରହିବା ନିନ୍ଦନୀୟ ଅଟେ । ସରକାରଙ୍କୁ ଚେତେଇ ଥିଲେ। ଆଜି ସାରସକଣା ସାରସ କ୍ଷେତ୍ର ଶାନ୍ତିପ୍ରିୟ ବ୍ଲକକୁ ଅଶାନ୍ତ କରିବା ପାଇଁ ପ୍ରୟାସ କରୁଛି ପ୍ରସାଶନ |ଯଦି ଏହି ସବୁରୁ ପ୍ରସାଶନ ନିବୃତ୍ତ ନ ରହେ ଆଗାମୀ ଦିନରେ ଜୋର ଦାର ଲଢ଼େଇ ହେବ ବୋଲି ସୂଚ଼ନା ଦେଇଥିଲେ । ଭଞ୍ଜଦୁତ ଖବର।
