*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ୱାର୍ଡ ରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ନେଇ ଆହ୍ବାନ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୮.୦୧.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ୱାର୍ଡ ରେ ପୌର ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ନେଇ ଆହ୍ବାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଏନ୍ ଏ ସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ୍, ଉପାଧ୍ୟକ୍ଷ ନିଶାନ୍ତ ଡାଗା, ନିର୍ବାହୀ ଅଧିକାରୀ କମଳାକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଶୁଣାଣୀ କରି ତାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ। ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଖରୀଆର ରୋଡ ନଗର ବାସୀ ଯୋଗ ଦେଇ ନିଜ ଆପତ୍ତି ଅଭିଯୋଗ ଦେଇଥିଲେ।
