ଧର୍ମପରାୟଣ ମହିଳାଙ୍କ ଦେହାନ୍ତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ କିଛି ଲୋକ ମରିବା ପୂର୍ବରୁ ଏମିତି କିଛି କାମ କରିଥାଆନ୍ତି କି ଆଖପାଖ ଅଞ୍ଚଳ ପାଇଁ ନୂତନ ସୂର୍ଯ୍ୟ କିରଣ ସହ ସମାନ ହୋଇଥାଏ। ଆଜି ଏହିପରି ଜଣେ ଧର୍ମପରାୟଣ ମହିଳା ଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ରେଓଦା ଗ୍ରାମର ସ୍ବର୍ଗତ ଶମ୍ଭୁନାଥ ଦାସଙ୍କ ଧର୍ମପତ୍ନୀ ତଥା ଖୁସି ମହୋତ୍ସବର ସମ୍ପାଦକ ଶୁଭେନ୍ଦୁ ଦାସଙ୍କ ମାଆ ରମଣୀ ମଣୀ ଦାସଙ୍କର ୭୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଘର ଲୋକଙ୍କ କହିବା ଅନୁସାରେ ଗତ କାଲି ଅପରାହ୍ନ ୦୫.୩୦ ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ରମଣୀ ମଣି ରେଓଦା ଗ୍ରାମରେ ଅନୁଷ୍ଠିତ ହୋଇ ଆସୁଥିବା ବିଭିନ୍ନ ପୂଜା ପାର୍ବଣ ସହ ଲକ୍ଷ୍ମୀ ପୂଜାରେ ନିଜ ଆଡ଼ୁ ସହଯୋଗ କରି ଆସୁଥିଲେ। ତାଙ୍କ ମର ଶରୀର ନିକଟରେ ବଡ଼ ପୁଅ, ବୋହୁ, ପୁତୁରା, ନାତି ନାତୁଣୀଙ୍କ ସହ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ।
