ବନସାଥୀ ପକ୍ଷରୁ ମୟୁରଭଞ୍ଜ ମିଶ୍ରଣ ଦିବସ ପାଳିତ
ଦାଦନ ଶବ୍ଦ ଶୁଣିନଥିବା ମୟୁରଭଞ୍ଜ ଲୋକ ପାଲଟିଛନ୍ତି ଦାଦନ ଶ୍ରମିକ
ଉଦଳା ତା ୦୨/୦୧ : ଉଦଳା ବ୍ଲକ ଅନ୍ତର୍ଗତ ନାବରା ଗ୍ରାମଠାରେ ଥିବା ସ୍ୱେଛାସେବି ସଂଗଠନ ବନସାଥୀ କେନ୍ଦ୍ର ତରଫରୁ ପ୍ରତିବର୍ଷ ପରି ଚଳିତ ଜାନୁଆରି ୧ ତାରିଖ ଗୁରୁବାର ଦିନ ମୟୂରଭଞ୍ଜ ମିଶ୍ରଣ ଦିବସ ପାଳିତ ହୋଇ ଯାଇଛି । ପ୍ରକାଶ ଥାଉକି ମୟୂରଭଞ୍ଜ ଏକ ସ୍ବତନ୍ତ୍ର ରାଜ୍ୟ ଭାବରେ ପରିଚୟ ସୃଷ୍ଟି କରିଥିଲା । ୧୯୪୯ ମସିହା ଜାନୁଆରି ୧ ତାରିଖ ଦିନ ଭାରତ ସରକାରଙ୍କ ମିଶ୍ରଣ ଚୁକ୍ତି ଅନୁସାରେ ଏହା ଓଡ଼ିଶାର ଏକ ଜିଲ୍ଲା ଭାବରେ ପରିଗଣିତ ହେବା ସହିତ ରାଜ୍ୟର ମାନ୍ୟତା ହରାଇଥିଲା । ତେବେ ଅତିତର କଥା ଗୁଡ଼ିକୁ ମନେପକାଇବା ପାଇଁ ପ୍ରତିବର୍ଷ ଜାନୁଆରି ୧ ତାରିଖ ଦିନ ମୟୂରରଂଜ ମିଶ୍ରଣ ଦିବସ ପାଳିତ ହୋଇ ଆସୁଛି । ଚଳିତ ବର୍ଷ ବନସାଥୀ କେନ୍ଦ୍ରର ସଭାପତି ନରୋତମ ଦାସଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇ ରାଜା ଶାସନ ସମୟରେ ମୟୂରଭଞ୍ଜର ଲୋକେ ଦାଦନ ଶବ୍ଦ ଶୁଣିନଥିଲେ । କିନ୍ତୁ ଓଡ଼ିଶାର ଜିଲ୍ଲା ଭାବରେ ପରିଗଣତ ହେବା ପରେ ରାଜ୍ୟ ସରକାର ମୟୂରଭଞ୍ଜବାସିଙ୍କୁ ଦାଦନ ଶ୍ରମିକ ସଜାଇଦେଲେ । ଏହା ଖୁବ୍ ଦୁଃଖ ଓ ଯନ୍ତ୍ରଣାଦାୟକ ହୋଇ ଉଠିଛି ବୋଲି ବ୍ୟକ୍ତ କରିଥିଲେ । ଗବେଷକ କିଶୋର ଚନ୍ଦ୍ର ଦାସବାବୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉଦ୍ଘାଟନ କରିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ରଂଜଦେଓଙ୍କ ପାଇଁ ଆମେ କିପରି ଗର୍ବ ଅନୁଭବ କରୁ ଏବଂ ଏହି ସ୍ବାଭିମାନ ପାଇଁ ଆଜି ଆମେ ଜିଲ୍ଲା ବିଭାଜନକୁ ସହଜରେ ଗ୍ରହଣ କରିପାରୁ ନାହୁଁ ବୋଲି ବ୍ୟକ୍ତ କରିଥିଲେ । ପରେ ସାମାଜିକ କର୍ମୀ ସନ୍ତୋଷ ସାହୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କ୍ଷେତ୍ରରେ ପ୍ରଶାସନ କଳ ଆଦୌ ସହଯୋଗ କରୁନଥିବାର କଥା ପ୍ରକାଶ କରିଥିଲେ । ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମୟୂରଭ୍ରଂଜ ପାଇଁ ଆସିଥିବା ବିଶ୍ଵବିଦ୍ୟାଳୟ, ମେଡ଼ିକାଲ କଲେଜ, ଆଇନ ମହାବିଦ୍ୟାଳୟ ଇତ୍ୟାଦି ସବୁଯାକ ବାରିପଦାରେ ନହୋଇ ରାଇରଙ୍ଗପୁର, କରଂଜିଆ ଓ ଉଦଳା ଠାରେ ହୋଇଥିଲେ ସବୁଯାକ ମୟୂରଭଞ୍ଜଜରେ ରହିଥାନ୍ତା, ଆଜି ଜିଲ୍ଲା ବିଭାଜନର ପ୍ରଶ୍ନ ଉଠିନଥାନ୍ତା ବୋଲି ଭାଷଣ ମାଧ୍ୟମରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠକ ମନୋରଂଜନ ମଲ୍ଲିକ, ସ୍ୱେଛାସେବି ଆଶିଷ ମଲିକ, ପାଲାଗାୟକ ନରେନ୍ଦ୍ର ମହାକୁଡ଼, ୱାର୍ଡ଼ମେମ୍ବର ମନୋରଂଜନ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ରାଜ୍ୟ ସରକାର ମୟୂରରଂଜକୁ ସବୁଦିନେ ସାବତ ପୁଅ ଭଳି ଦେଖୁଆସୁଥିବା ଅଭିଯୋଗ କରିଥିଲେ ଯାହାକି ଖୁବ୍ ଯନ୍ତ୍ରଣାଦାୟକ ବୋଲି ବ୍ୟକ୍ତ କରିଥିଲେ । ହିମାଦ୍ରି ତନୟା ସ୍ବାଗତ ଭାଷଣ, ଅତିଥି ପରିଚୟ ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ କୃପାସିନ୍ଧୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
