*ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଙ୍କୁ ଜିଲ୍ଲା ସମ୍ପାଦକ ଦାୟିତ୍ୱ, ସମ୍ବର୍ଦ୍ଧନା ଦେଲେ ବିଜେପି କାର୍ଯ୍ୟକର୍ତା*
ତାଳଚେର :ତା 31/12/2025: ତାଳଚେର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ବେହେରା ଙ୍କୁ ଜିଲ୍ଲା ର ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି |ନୂତନ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି |ରେଳ ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି ଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ମଣ୍ଡଳ କାର୍ଯ୍ୟାଳୟ ରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି |ଏଥିରେ ବୃନ୍ଦାବନ ବେହେରା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥଲା |ମଣ୍ଡଳ ସଭାପତି ଙ୍କ ସମେତ ସୁଶାନ୍ତ କୁମାର ଦାସ, ନାଏବ ସରପଞ୍ଚ ଭୁବନ ବେହେରା, ମନୋଜ ଭୁତିଆ, ସୂର୍ଯ୍ୟକାନ୍ତ ସାହୁ, ସମୀର ବିଶୋଇ, ଦେବବ୍ରତ ରଥ, ଟିହିଲୁ ବେହେରା, ନିରଞ୍ଜନ ସାହୁ, ଦିଲ୍ଲୀପ ସାମଲ, ଅଜିତ ପଟ୍ଟନାୟକ, କାନ୍ହା ଗୋଛାୟତ, ସଂଜୀବ ରଥ, ସବ୍ୟସାଚୀ ବେହେରା ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
