ଉପେନ୍ଦ୍ରଙ୍କ ଭଳି ପ୍ରତିଭା ଆଜିର ଦୁନିଆରେ ବିରଳ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ) ::: ଆଜି ସନ୍ଧ୍ୟାରେ ସୋର ଶିକ୍ଷକ ଭବନ ପରିସରରେ ଉପେନ୍ଦ୍ରନାଥ ପ୍ରଧାନ ସ୍ମୃତି ପରିଷଦ ଆନୁକୂଲ୍ୟରେ ‘ ଉପେନ୍ଦ୍ର ସମାରୋହ ୨୦୨୫” ‘ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ସଭାରେ ଓଡ଼ିଶାର ବିଶିଷ୍ଠ ଜନନେତା ଶ୍ରୀଯୁକ୍ତ ଲିଙ୍ଗରାଜ ଆଜାଦ୍ ଉପେନ୍ଦ୍ରଙ୍କ ଭଳି ପ୍ରତିଭା ଆଜିର ଦୁନିଆରେ ବିରଳ ବୋଲି ମତ ପ୍ରକାଶ କରିବା ସହ ଭାରତବର୍ଷରେ ବିକାଶ ଆଜି ଦିଗଭ୍ରଷ୍ଟ ହୋଇଯାଇଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏକ ମାନବ ଧର୍ମୀ ବିସ୍ଥାପନ ନୀତିର ଅଭାବରେ ଗୋଟିଏ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକାକୁ ବିନାଶ କରି ଆଉ ଗୋଟିଏ ଅଞ୍ଚଳର ବିକାଶକୁ ସେ ନାପସନ୍ଦ କରିଥିଲେ। ଅନ୍ୟତମ ବରେଣ୍ୟ ଅତିଥି ବିଶିଷ୍ଠ ବ୍ୟଙ୍ଗକାର ଓ ସୁସାହିତ୍ୟିକ ଶ୍ରୀଯୁକ୍ତ ସତ୍ୟନାଶ ସାମାଜିକ ସ୍ଖଳନ ,ଶିକ୍ଷାର ଅଧୋଗତି ଓ ସରକାରଙ୍କ ଅପାରଗତାକୁ ନେଇ ବ୍ୟଙ୍ଗ କରିବା ସହ ସ୍ଵଳିଖିତ କେତୋଟି ପେରୋଡ଼ି ଗାନ କରିଥିଲେ। ଉପେନ୍ଦ୍ରନାଥଙ୍କ ପରିବାର ସଦସ୍ୟ ଭାବେ ବସନ୍ତ କୁମାର ପ୍ରଧାନ ବକ୍ତବ୍ୟ ରଖିଥିବା ବେଳେ ଶ୍ରୀଯୁକ୍ତ ଖଗେନ୍ଦ୍ର କୁମାର ପ୍ରଧାନ ଉପେନ୍ଦ୍ରଙ୍କ ସହ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଏହି ଅବସରରେ ୨୦୨୫ ମସିହା ଲାଗି ଉପେନ୍ଦ୍ରନାଥ ସମ୍ମାନ ଶ୍ରୀଯୁକ୍ତ ବଂଶୀଧର ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ମାନସ କୁମାର ପୁହାଣ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶୈଳବାଳା ପଣ୍ଡା । ଅଞ୍ଜଳି ମହାପାତ୍ର ଓଆରତୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଂଚ ଆହ୍ୱାନ ଅମରେନ୍ଦ୍ରନନ୍ଦ ଓ ଧନ୍ୟବାଦ ପ୍ରଦାନ କରିଥିଲେ ଉମାକାନ୍ତ ବେହେରା । ପ୍ରାତଃ ଅଧିବେଶନରେ ଉପେନ୍ଦ୍ରନାଥ ସ୍ମାରକୀ ଅନ୍ତଃ ବିଦ୍ୟାଳୟ ଲୋକନୃତ୍ୟ ପ୍ରତିଯୋଗିତାର ପ୍ରତିଯୋଗୀ ମାନଙ୍କୁ ଇଣ୍ଡିଆନ ବ୍ୟାଙ୍କର ଅବସରପ୍ରାପ୍ତ ଏ.ଜି.ଏମ ଉଦବୋଧନ ଦେବା ସହ ଚମ୍ପିୟାନ ଭାବେ ହେମପ୍ରଭା ହାଇସ୍କୁଲ , ରନର୍ସ ଅପ୍ ଭାବେ ସତ୍ୟାନନ୍ଦ ହାଇସ୍କୁଲ, ବିଭିନ୍ନ ବର୍ଗର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସବିରା ହାଇସ୍କୁଲ, ହାପିହୋମ ସ୍କୁଲ, ଫୋନିକ୍ସ ଇଂଲିଶ ମିଡ଼ିୟମ୍ ସ୍କୁଲ,ସୋର ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଉହ୍ଲାସଖଡ଼ଗପୁର କୁ ପୁରସ୍କୃତ କରାଯାଇଥିଲା ।
ରମେଶ ଲେଙ୍କା, ମନୀଷ ଗୁପ୍ତା, ପ୍ରଦୀପ ବିଶ୍ୱାଳ, ଶୁକଦେବ ନାୟକ, ଖଗନ ମହାନ୍ତି, ଅଭୟ ମଲ୍ଲିକ, ପ୍ରଦୀପ ଦାସ, ଗୋଲକ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।
