ସାଂସଦ ରୁଦ୍ର ନାରାୟଣ ପାଣି ନବ ବର୍ଷ ଉପଲକ୍ଷେ କବିତା ପାଠୋତ୍ସବ କାମାକ୍ଷାନଗର ଠାରେ ଯୋଗଦେଲେ।
କାମାକ୍ଷାନଗର – (ସତ୍ୟବାଦୀ ସେଠୀ)
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ କବିତା ପାଠୋତ୍ସବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପାଠକ ବିଚାର ମଞ୍ଚ ର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ ଗୋପବନ୍ଧୁଙ୍କର କବିତା ପ୍ରତି ରହିଥିବା ରୁଚି ଉପରେ ଆଲୋକପାତ କରି ତାଙ୍କର ଉତ୍କଳ ରେ ନେତା ନାହିଁ ପ୍ରୟୋଜନ ଉତ୍କଳ ର ନେତା ସ୍ୱୟଂ ନାରାୟଣ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଉକ୍ତି ଟି ପ୍ରକାଶ ପ୍ରକାଶ କରିଥିଲେ l ବରିଷ୍ଠ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ ଏହି ପାଠକ ବିଚାର ମଞ୍ଚ ମଧ୍ୟରେ ଲୁକ୍କାୟିତ ଯୁବ ପ୍ରତିଭା କିପରି ଯୋଗ ଦେଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପବିତ୍ର କୁମାର ବିଶ୍ୱାଳ,ଜଗନ୍ନାଥ ଗଡ଼ନାୟକ, ବସନ୍ତ କୁମାର ସାହୁ, ସୋମ୍ୟରଞ୍ଜନ ନାୟକ, ଜ୍ୟୋତି ରଞ୍ଜନ ସାହୁ,ଏଇ ଅବସରରେ କବି ଦେବୀପ୍ରସାଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ କବି ପ୍ରଦୀପ୍ତ ମହାପାତ୍ର,ପ୍ରମୋଦ କୁମାର ସ୍ୱାଇଁ,ମଣ୍ଟୁ ପ୍ରଧାନ, ସନ୍ତୋଷ ମିଶ୍ର, ଗଜେନ୍ଦ୍ର ନାୟକ, ଜଳଧର ସ୍ୱାଇଁ,,ଦୁର୍ଯ୍ୟୋଧନ ସାହୁ,ସ୍ଵାତି ସୁଭଦର୍ଶନୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ ଶାଳବଣର କବି ସ୍ବର୍ଗତ ଗିରୀଶ ଚନ୍ଦ୍ର ନନ୍ଦ ଙ୍କର ଅପ୍ରକାଶିତ ଶତାବ୍ଦୀ ର ସ୍ବରର ଏକ କବିତା ‘ଏମାନେ ସମସ୍ତେ ‘କବିତା କୁ ପାଠ କରାଯାଇଥିଲା l ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ଉପଖଣ୍ଡ ସାମ୍ବାଦିକ ସଂଘ ର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l
