ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ହେଲେ ହରେକୃଷ୍ଣ ଦାସ****ଭଂଜଦୂତ ଖବର,ଝାର୍ ପୋଖରିଆ,୩୦/୧୨(ନି ପ୍ର)
ହରେକୃଷ୍ଣ ଦାସ(ପପୁ )ପୂର୍ବରୁ ବହୁ ବର୍ଷ ଧରି ସୀମାନ୍ତ ମହାବିଦ୍ୟାଳୟରେ ଅଧ୍ୟୟନ ଆରମ୍ଭ ସମୟରୁ ଯୁବ ଛାତ୍ର ରାଜନୀତି ରେ ରୁଚି ରଖିଥିଲେ, ଓ ଯୁବ ଜନତା ଦଳରେ ସକ୍ରିୟ ଥିଲେ, ଶ୍ରୀ ଦାସ 56 ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନ, ପଦ୍ମପୁର ଉପନିର୍ବାଚନ ଏବଂ ନୂଆପଡା ଉପନିର୍ବାଚନ ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ପ୍ରଚାରରେ ଭୂମିକା ଅଂଶଗ୍ରହଣ କରିଥିଲେ, ସେ 2011 ମହିସାରେ ସେ ଯୁବ ରାଜନୀତି ରେ ପାଦ ରଖି ଥିଲେ
କେବଳ ରାଜନୀତି ନୁହେଁ ସମାଜ ସେବା ଏବଂ ଜୀବନ ବିନ୍ଦୁ ମାଧ୍ୟ୍ୟମରେ ରକ୍ତଦାନ କ୍ଷେତ୍ରରେ ବହୁଥର ରକ୍ତଦାନ ଶିବିର କରି ପ୍ରଶଂସା ସାଉଁଟିଛନ୍ତି।
ଶ୍ରୀ ଦାସ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ପାଇବା ପରେ ବିଜୁ ଜନତା ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜି ଏବଂ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ, ପୂର୍ବତନ ଯୁବ ସଭାପତି ତଥା ବିଧାୟକ ଚାନ୍ଦବାଲି ଶ୍ରୀ ବ୍ୟମେକେଶ ରାୟ, ମୟୂରଭଞ୍ଜ-2 ଜିଲ୍ଲା ସଭାପତି ଡକ୍ଟର ଦେବାଶିଷ ମାର୍ଣ୍ଡି, ବରିଷ୍ଠ ନେତା ଶ୍ରୀ ଅମରେନ୍ଦ୍ର କର, ପୂର୍ବତନ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି, ମୟୁରଭଞ୍ଜ ଏମ,ସି,ସି ବ୍ୟାଙ୍କ ସଭାପତି ଶ୍ରୀ ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ଶ୍ରୀ ଜିତେନ୍ଦ୍ର ମହାନ୍ତିଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।
