*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ ଦେବାହାଲ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା, ଜଣେ ଅଟୋ ଚାଲାକ୍ ଘଟଣା ସ୍ଥଳରେ ମୃତ୍ୟୁ, ଜଣେ ବାଇକ୍ ଆରୋହୀ ଗୁରୁତର ଆହତ*
ନୂଆପଡା (ମିଖାଏଲ ନନ୍ଦ)
ତା:୩୦.୧୨.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ ଦେବାହାଲ ଛକ ନିକଟ ରେଏକ ସଡ଼କ ଦୁର୍ଘଟଣା, ଜଣେ ଅଟୋ ଚାଲାକ୍ ଘଟଣା ସ୍ଥଳରେ ମୃତ୍ୟୁ, ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ରୁ ତାଙ୍କୁ ପଡୋଶୀ ରାଜ୍ୟ ଛତିଶଗଡ଼ ରାୟପୁର କୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଅଟୋ ଚାଳକ ଏକ ଯାତ୍ରୀଙ୍କୁ ଆଣିବାକୁ ଯାଇ ଖଡିଆଳ କୁ ଫେରୁଥିବା ବେଳେ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଅଟୋ ଚାଲାକ୍ ଙ୍କ ମୃତ୍ୟୁ ହୋଇଅଛି। ପୋଡ଼ାପାଳି ଗ୍ରାମ ବାଇକ୍ ଚାଲାକ୍ ଗୁରୁତର ଆହତ ହୋଇଛନ୍ତି। ଅଟୋ ରେ ଦୁଇ ଯାତ୍ରା ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସେମାନେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଜଣାପଡିଛି।
