ନିଆଁରେ ପଡିହୋଇ ଚିକିତ୍ସା ହେଉଥିବା ମହିଳା ଙ୍କ ମୃତ୍ୟୁ।ସୋର,୨୮/୧୨( ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ନିଆଁରେ ପୋଡିହୋଇ ଗୁରୁତର ଥିବା ଜଣେ ମହିଳାଙ୍କର ଚିକିତ୍ସଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ସୋର ଥାନା ମୁଳିସିଂ ପଞ୍ଚାୟତ ଉଲ୍ଲାସଖଡଗପୁର ଗ୍ରାମର ମଳତୀ ବେହେରା(୪୮) ଗତ ନଭେମ୍ବର ମାସ ୨୯ ତାରିଖ ରାତିରେ ଘରେ ଚୁଲିରେ ରୋଷେଇ କରୁଥିବା ବେଳେ ତାଙ୍କ ଶଢୀରେ ନିଆଁ ଲଗିବାରୁ ସେ ପୋଡିହୋଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସଧିନ ଅବସ୍ଥାରେ ଗତ ୨୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
