
*
ରାଜ୍ୟ ତଥା ଜିଲ୍ଲା ର ବିଭିନ୍ନ ବିଭାଗ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟ କରି ଆସୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଦୀର୍ଘଦିନ ହେବ କାର୍ଯ୍ୟକରୁଥିଲେ ମଧ୍ୟ ସେମାନଙ୍କୁ ରେଗୁଲାର କରିବା ତ ଦୂରର କଥା ସର୍ଭିସ ପ୍ରୋଭାଇଡ଼ର ଏଜେନ୍ସି ମାଧ୍ୟମ ରେ ସେମାନଙ୍କୁ ଲୁଟ କରିବା ରେ ବାଧ୍ୟ କରୁଛି ଆଉଟସୋରସିଂ ବ୍ୟବସ୍ଥା I ବିଗତ ଦିନ ମାନଙ୍କରେ ମହାସଙ୍ଘ ଦ୍ୱାରା ପୂର୍ବସରକାର ଲାଗୁ କରିଥିବା ସୁବିଧା ସୁଯୋଗ ଗୁଡିକୁ ଲାଗୁ କରିବାରେ ବିଫଳ ହେଉଛି ବର୍ତ୍ତମାନ ର ବିଜେପି ସରକାର ଏପରିକି ଦରମା ବୃଦ୍ଧି ଓ ଛୁଟି ଘୋଷଣା ଆଦି ଦାବୀ ରୁ ବାଦ ପଡିଛନ୍ତି ଡେଲି ୱେଜେସ କର୍ମଚାରୀ I ନୁଆଁ ସରକାର ଙ୍କ କାର୍ଯ୍ୟକାଳ ଆରମ୍ଭ ରୁ ଆଜି ପର୍ଯ୍ୟନ୍ତ ପାଖାପାଖି ଶତାଧିକ କର୍ମଚାରୀ ଙ୍କୁ ପାଣ୍ଠି ଅଭାବ ରୁ ଛଟେଇ କରିବା କୁ ମହାସଂଘ ତରଫରୁ ଦୃଢ଼ ନିନ୍ଦା କରାଯାଇଛି I ଏହି କ୍ରମ ରେ ଆଜି ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବିଭାଗ ରେ କାର୍ଯ୍ୟ କରୁଥିବା ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀ ଆଜି ସ୍ଥାନୀୟ ହିଲପାଟଣା ସ୍ଥିତ ଗଣେଶ ମନ୍ଦିର ସାମ୍ନା ରୁ ଏକ ବିଶାଳ ରାଲି ରେ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି I କର୍ମଚାରୀ ମାନେ 17 ତାରିଖ ରୁ କଳାବ୍ୟାଜ ପିନ୍ଧି ବିଭାଗ ମାନଙ୍କରେ କାର୍ଯ୍ୟ କରୁଥିବା ବେଳେ, ଦାବୀ ପୂରଣ ପାଇଁ ସରକାର କିଛି ପଦକ୍ଷେପ ନ ନେଲେ ଆସନ୍ତା 26 ରେ ଓଡିଶା ସରକାରୀ କର୍ମଚାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଡାକରା ରେ ଭୁବନେଶ୍ୱର ଲୋୟର ପିଏମଜି ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବାକୁ ନିଷ୍ପତ୍ତି ହୋଇଛି I ଆରଡିସି କାର୍ଯ୍ୟାଳୟ ସମ୍ମୁଖ ରେ ମହାସଂଘ ର ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ପ୍ରତିବାଦ ସଭା ରେ ବିଭିନ୍ନ କର୍ମଚାରୀ ସଂଘ ତରଫରୁ ନୁଆଁ ସରକାର ଙ୍କ ପଦକ୍ଷେପ କୁ ନିନ୍ଦା କରାଯାଇଥିଲା I ଡବଲ ଇଂଜିନ ସରକାର ର ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧି ଦଳ ନେତା ଥିବା ସମୟ ରେ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ପାଇଁ ଦାବୀ କରୁଥିବା ବେଳେ ବର୍ତ୍ତମାନ ଶାସନ କୁ ଆସିବା ପରେ ଭୁଲି ଯାଇଛନ୍ତି ବୋଲି ସର୍ବଭାରତୀୟ ଶ୍ରମିକ ସଂଘ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ନିଜ ବକ୍ତବ୍ୟ ରେ କହିଥିଲେ I ମାହାସଂଘ ର ଦାବୀ ଗୁଡିକ ମଧ୍ୟରେ ଛଟେଇ କର୍ମଚାରୀ ଙ୍କ ପୁନଃ ନିଯୁକ୍ତି, ବିନା କାରଣ ରେ ଛଟେଇ ବନ୍ଦ କରିବା ସହ ବରିଷ୍ଠତା ଓ ଅଭିଜ୍ଞତା ଭିତ୍ତି ରେ ସମସ୍ତ ବର୍ଗର ର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ନିୟମିତ ଅଥବା ଚାକିରି ରେ ସୁରକ୍ଷା ପ୍ରଦାନ, ପୂର୍ବ ସରକାର ଙ୍କ ଦ୍ୱାରା ଲାଗୁ ହୋଇଥିବା ଅଭିଜ୍ଞତା ଭିତ୍ତିକ ଦରମା, 12 ଟି ସବୈତନିକ ଛୁଟି, ମାତୃତ୍ବ କାଳୀନ ଛୁଟି, ଓ ଅନ୍ୟାନ୍ୟ ସୁବିଧା ଗୁଡିକୁ ବାଦ ପଡ଼ିଥିବା ଡେଲି ୱେଜେସ କର୍ମଚାରୀ ସହ ସମସ୍ତ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ଲାଗୁ କରିବା I ବଜାର ଦର ଅନୁସାରେ ଦରମା ପ୍ରଦାନ ସହ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିଷ୍ପତ୍ତି ପ୍ରକାରେ ସମାନ କାମ କୁ ସମାନ ଦରମା ପ୍ରଦାନ, ଦାବୀ ଗୁଡିକୁ ଉଠାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ ରେ 41 ଟି ଭିନ୍ନଭିନ୍ନ ବିଭାଗ ର ବିଭିନ୍ନ ବର୍ଗର କର୍ମଚାରୀ ମାନେ ସାମିଲ ହୋଉଥିବା ବେଳେ ଦାବୀ ପୂରଣ ନ ହେଲେ ଆସନ୍ତା 26 ରେ ଅନିର୍ଦ୍ଧିଷ୍ଟ କାଳ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ଓଲ୍ହାଇବାକୁ Myself ନିଷ୍ପତ୍ତି ନେଇଛି ଫଳ ରେ ବିଭାଗ ଗୁଡିକରେ ଅଚଳା ଅବସ୍ଥା ଜାରୀ ହେବାର ଅନୁମାନ କରାଯାଉଛି I ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ, ଉପସଭାପତି ପି. ଜୟରାମ ରାଓ, ସମ୍ପାଦକ ବିନାୟକ ପତି ଉତ୍ତମ ନାୟକ, ପ୍ରଶାନ୍ତ ପରିଛା, ସୁନୀଲ କୁମାର ଦାସ, ପି. ରମେଶ ରାଓ, ନିରଞ୍ଜନ ଦାସ, ସି. ଏଚ ସୁନୀଲ ପାତ୍ର, ବିଚିତ୍ର ସାହୁ, ନମିତା ନାୟକ,ସୂର୍ଯ୍ୟ ବେହେରା, ପ୍ରେମାନନ୍ଦ ସାହୁ, ସନୋଜ କୁମାର ଶଙ୍ଖୁଆ, କୃଷ୍ଣ ବାବୁ ,ଆଶୁତୋଷ ଘଡେଇ,ସନ୍ତୋଷ ନାୟକ, ରାଜେଶ ମହାରଣା, ସନ୍ତୋଷ ସେଠି,ସୁଧାଂଶୁ ଶେଖର ତ୍ରିପାଠୀ, ଶର୍ମିଷ୍ଠା ଦାସ, ଟୁନା ରଥ, କେ. ଦାନ୍ନାମା, ରୁବି କୁମାରୀ ପାଇକ ପ୍ରମୁଖ ନେତୃତ୍ୱ ନେଇଥିଲେ I ରଙ୍ଗେଈଲୁଣ୍ଡା ରୁ ଜଗନ୍ନାଥ ସାହୁ ସହ ସନ୍ଦେଶ କୁମାର ସାହୁ ଭଞ୍ଜଦୂତ ନିୟୁଜ