
ଛତ୍ରପୁର -ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାକର୍ସ ଆସୋସିଏସନ ଗଞ୍ଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲପାଳଙ୍କୁ ବିଭିନ୍ନ ଦାବୀ ନେଇ ପ୍ରାୟ ୧୫୦୦ରୁ ୨୦୦୦ଅଙ୍ଗନୱାଡି ଓ ସହାୟକା ଙ୍କ ଉପସ୍ଥିତ ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରକାରୀ କର୍ମଚାରୀ ଯୋଜନା କରିବା,ପରିତୋଷିତ କରିବା, ତିନିମାସର ଟି ଏଚ ଆର ହଟ କୂକ ଏମ ଏସ ପି ୱାଏ ବାବଦରେ ଆଗୁଆ ଖର୍ଚ୍ଚ ଯୋଗାଇଦେବା, କେନ୍ଦ୍ର ଗୃହ ଯୋଗାଇଦେବା,କେନ୍ଦ୍ର ଗୃହ ନହେବା ଯାଏଁ ମାସକୁ ମାସ ଘର ଭଡା ଯୋଗାଇଦେବା ଅବସରପ୍ରାପ୍ତ କର୍ମୀ ଓ ସହାୟିକା ମାନଂକୁ ସେମାନଙ୍କ ଅବସର ବେନିଫିଟ ଯୋଗାଇଦେବା,ଉନ୍ନତ ଧରଣର ମୋବାଇଲ ନଯୋଗେଇବା ପର୍ଯ୍ୟନ୍ତ ପୋଷଣ ଟ୍ରାକର କୋହଳ କରିବା,ଆଜି ପର୍ଯ୍ୟନ୍ତ ଥିବା କର୍ମୀ ଓ ସହାୟିକା ମାନଙ୍କର ବକେୟା ପରିତୋଷିକ ପ୍ରଦାନ କରିବା ସବୁଜିଲ୍ଲା ପରି ଆମ ଜିଲ୍ଲାରେ ଏସ ଏନ ପି ଅଣ୍ଡା ପାଞ୍ଚ ଦିନ ବଦଳରେ ତିନିଦିନ କରିବା,ଏବଂ ବର୍ଷକୁ ବର୍ଷ ଶାଢ଼ୀ ଟଙ୍କା ଯୋଗାଇଦେବା ଇତ୍ୟାଦି ଆମର ଦାବୀ ବୋଲି ନାରାବାଜୀ ଦେଇଥିଲେ। ଏହି ଧାରଣାକୁ ଭାରତୀୟ ମଜଦୁର ସଙ୍ଘ ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ, ଜିଲ୍ଲା ସମ୍ପାଦକ ଉମା ଶଙ୍କର ସାହୁ, ସଂଗଠକ ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ, ଉପସଭାପତି ଅର୍ଜୁନ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ ଓ ବିଜୟ ପାତ୍ର, ରାଜ୍ୟ ଅଙ୍ଗନୱାଡି ଲେଡ଼ିଜ ୱାକର୍ସ ଆସୋସିଏସନ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ହେମଲତା ମହାନ୍ତି, ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ, କୋଷାଧକ୍ଷ ସୁଲୋଚନା ରଥ ଏବଂ ଜିଲ୍ଳାର ସମସ୍ତ ଅଙ୍ଗନୱାଡି ଓ ସହାୟିକା ଉପସ୍ଥିତ ଥିଲେ।