
ରାସଗୋବିନ୍ଦପୁର
:- କିଛିଦିନ ହେବ ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଚୋରଙ୍କ ପଦୂର୍ଭାବ ବଢ଼ିଛି। ଏନେଇ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ସାଧାରଣ ଲୋକ ନିଜର ଧନ ସମ୍ପତିକୁ ନେଇ ସୁରକ୍ଷିତ ମଣୁନଥିବା ଜଣା ପଡିଛି। ଗତ କାଲି ଦେବଶୋଳ ସ୍ଥିତ ଶିବ ମନ୍ଦିର,ହନୁମାନ ମନ୍ଦିର,ବିଷ୍ଣୁ ମନ୍ଦିର,ପାର୍ବତୀ ମନ୍ଦିର ତଥା ସେଠାରେ ଥିବା ଅସ୍ଥାୟୀ ଟ୍ରଷ୍ଟି କାର୍ଯ୍ୟାଳୟର ଚାବି ଭାଙ୍ଗି ଦୃର୍ବୁତ୍ତ ମାନେ ଚୋରି କରିଥିବା ଜଣାପଡିଛି।ଶିବ ମନ୍ଦିରରୁ ଦାନ ଅର୍ଥ ଥିବା ହୁଣ୍ଡି ଓ ବିଷ୍ଣୁ,ହନୁମାନ ମନ୍ଦିରରୁ ମୂଲ୍ୟବାନ ପିତ୍ତଳ ଥାଳି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଚୋରି ହୋଇଯାଇଥିବା ଦେଖିବାକୁ ମିଳିଛି।ଏହି ମନ୍ଦିରରୁ ବାରମ୍ବାର ଚୋରି ହେଉଥିବା ବେଳେ ଏବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ଠିକ୍ ଶିବରାତ୍ରିର ଜାଗର ମେଳା ପରେପରେ ଚୋରି ହୋଇଛି।ଦୀର୍ଘ ୫ବର୍ଷ ଧରି ବାରମ୍ବାର ମନ୍ଦିର ଗୁଡିକରୁ ଚୋରି ଲାଗିରହିଥିବା ବେଳେ ଏଯାଏଁ ନା ଧରା ପଡିଛି ଚୋର ନା ଉଦ୍ଧାର ହୋଇ ପାରିଛି ଚୋରି ହୋଇଥିବା ମୂଲ୍ୟବାନ ମନ୍ଦିର ପୂଜା ସାମଗ୍ରୀ।ଠିକ୍ ସେହିପରି ଗତ କାଲି ରାତିରେ ମୂଷାମାରୀ ଛକରେ ଥିବା ଏକ ଗେରେଜ ରୁ ଦୋକାନ କବାଟ ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି।ଗତ ସପ୍ତାହରେ ରାସଗୋବିନ୍ଦପୁର ବଜାର ସ୍ଥିତ ଜଣେ ଗହଣା ଦୋକାନୀଙ୍କ ଘରର କବାଟ,ଝରକା ଭାଙ୍ଗି ଚୋରି ହୋଇଥିବା ବେଳେ ଥାନା ନିକଟସ୍ଥ ଔଷଧ ଦୋକାନରୁ ଚୋରି ହୋଇଥିବା ଦେଖିବାକୁ ମିଳିଥିଲା। ଏଣୁ ଦୈନନ୍ଧିନ ଚୋରି ଲାଗିରହିଥିବା ଯୋଗୁଁ ଲୋକେ ନିଜର ଧନ ସମ୍ପତିକୁ ନେଇ ସୁରକ୍ଷିତ ମଣୁ ନଥିବା ବେଳେ ଭୟରେ ରହୁଥିବା ଦେଖିବାକୁ ମିଳିଛି।ଏଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଚୋର ମାନଙ୍କୁ ଧରିବା ସହ ଚୋରି ହୋଇଥିବା ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରିବାକୁ ନେଇ ସାଧାରଣରେ ଦାବି ଜୋର ଧରିଛି।
ମୟୂରଭଞ୍ଜ ରାସଗୋବିନ୍ଦପୁର ରୁ ରାକେଶ ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍