
ସୋର ବ୍ଲକ ମାଣିପୁର ପଞ୍ଚାୟତ ରେ ଜଣେ ବିଦ୍ୟୁତ କର୍ମଚାରୀ ନିଶା ସେବନ କରି ଖୁଣ୍ଟି ଉପରକୁ ଚଢି ଥିଲେ।ଖବର ରୁ ପ୍ରକାଶ ସେ ବାସୁଦେବପୁର ଅଞ୍ଚଳ ର ଗିରିଜା ମହାଳିକ(୨୭)।ସେ କୈାଣସି ବିଦ୍ୟୁତ କିଟ୍ ନ ପିନ୍ଧି କାମ କରୁଥିବାବେଳେ , ହଠାତ୍ ବିଦ୍ୟୁତ ଆଘାତରେ ସେ ଶିକାର ହୋଇଥିଲେ।ତାଙ୍କ ହାତ , ଗୋଡ଼ ଓ ମୁଣ୍ଡରେ ଗଭୀର କ୍ଷତ ପହଞ୍ଚିଛି। ସ୍ଥାନୀୟ ଲୋକମାନେ ଯଥା ତାଙ୍କର ଅନ୍ୟ ସହକର୍ମୀ ମାନେ ତାଙ୍କୁ ଉଦ୍ଧାର କରି ସୋର ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲେଶ୍ଵର ସ୍ଥାନାନ୍ତରିତ କରିଛନ୍ତି। ପରେ ବିଦ୍ୟୁତ କର୍ମଚାରୀ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ସମ୍ପର୍କରେ ଲୋକମାନେ ଙ୍କ ସହ ଆଲୋଚନା କରୁଛନ୍ତି