କ୍ଲଷ୍ଟରସ୍ତରୀୟ ମାସିକ ଶିକ୍ଷକ ପ୍ରଶିକ୍ଷଣ ଶିବିର,
ଚିକିଟୀ -କରବାଲୁଆ ଶିକ୍ଷର୍ଥୀର ଶିକ୍ଷଣ ଅଗ୍ରଗତିରେ ବୃଦ୍ଧି ସାଙ୍ଗକୁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବା ନିମନ୍ତେ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପ୍ରତି ମାସରେ କ୍ଲଷ୍ଟରସ୍ତରୀୟ ମାସିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଅଛି । ଚଳିତ ଡିସେମ୍ବର ମାସରେ ସି ଆର ସି ସି ମିନତି କୁମାରୀ ପାଠୀ ଉକ୍ତ ମାସିକ ବୈଠକକୁ ପ୍ରାଥମିକ ବିଦ୍ୟାଳୟ ଭୋଳାସିଙ୍ଗିଠାରେ ଅନୁଷ୍ଠିତ କରିଥିଲେ । ସି ଆର ସି ସି ସମସ୍ତ ଶିବିରାର୍ଥୀଙ୍କୁ ନେଇ ପ୍ରଥମେ ପ୍ରଦୀପ ପ୍ରଜ୍ଵଳନ ବିଭୁ ପ୍ରାର୍ଥନା କରାଇ ଶୁଭାରମ୍ଭ କରିଥିଲେ । ଏଥିରେ ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁଶ୍ରେଣୀ ପରିଚାଳନାର କୌଶଳ, ବିଦ୍ୟାଳୟ ପରିଦର୍ଶନ ଓ ତା’ର ଆଲୋଚନା, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ଶୈକ୍ଷିକ ପ୍ରସ୍ତୁତି ଏବଂ ସେମାନଙ୍କ ବାର୍ଷିକ ପରୀକ୍ଷା ପୂର୍ବରୁ ସାମଗ୍ରିକ ବିକାଶର ଲକ୍ଷ୍ୟ, ଶିକ୍ଷଣ ସୋପାନ ରେଜିଷ୍ଟରର ବ୍ୟବହାର ପ୍ରଭୃତି ଫଳପ୍ରଦ ଅଲୋଚନ ହୋଇଥିଲା । କ୍ଲଷ୍ଟର ସ୍ତରରେ ସମସ୍ତ ଆଲୋଚ୍ୟ ପ୍ରସଙ୍ଗ ଏବଂ କୌଶଳରେ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟେ ଲାଭବାନ ହୁଅନ୍ତୁ ଏବଂ ଶ୍ରେଣୀରେ ପ୍ରତିଫଳିତ ହେଉ ବୋଲି କାମନା କରିଥିଲେ । ଶ୍ରେଣୀ ପରିଚାଳନାରେ ଆସୁଥିବା ସମସ୍ୟା, ଦ୍ଵନ୍ଦ ଗୁଡିକୁ କିପରି ସମାଧାନ କରାଯାଇପାରିବ, ତା କୌଶଳଗୁଡିକୁ ଶିକ୍ଷକଙ୍କ ସହିତ ଭାବ ବିନିମୟ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଖଲ୍ଲିକୋଟର ପ୍ରଶିକ୍ଷିକା ବବିତା ସିଂ, ବି ଆର ସି ସି ତ୍ରିନାଥ ମଲ୍ଲିକ ଉପସ୍ଥିତ ରହି ଶିକ୍ଷାଦାନ ଓ ପରିଚାଳନା ଶୃଙ୍ଖଳାରେ ସନ୍ତୋଷ ପ୍ରକଟକରିବା ସହ ସି ଆର ସି ସି ଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରସଂଶା କରିଥିଲେ । ସେହି ବିଦ୍ୟାଳୟର ଶୈକ୍ଷିକ ବାତାବରଣ , ଶ୍ରେଣୀ ଗୃହର ସାଜସଜ୍ଜା, ଶିକ୍ଷାର୍ଥୀଙ୍କ ଶୈକ୍ଷିକ ଅଗ୍ରଗତି ଓ ଶୃଙ୍ଖଳାକୁ ଦେଖି ସମସ୍ତେ ଖୁସି ହୋଇଥିଲେ । ଶିବିରରେ ଉପସ୍ଥିତ ରହି ସହଯୋଗ କରିଥିବା ସମସ୍ତ ଅଂଶ ଗ୍ରହଣକାରୀ, ପରିଦର୍ଶନରେ ଆସିଥିବା ଅଧିକାରୀ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଢୀ, ଚିନ୍ମୟୀ ପାତ୍ର ଏବଂ ଦୁର୍ଗା ପ୍ରସାଦ ବେହେରାଙ୍କୁ ସି ଆର ସି ସି ଧନ୍ୟବାଦ ପ୍ରଦାନ କରି ନବବର୍ଷର ଶୁଭେଚ୍ଛା ସଭିଙ୍କୁ ପ୍ରଦାନ କରିଥିଲେ ।
