*ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୦.୧୨.
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି ।ଏହି ମେଳା କୁ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଉଦ୍ଘାଟନ କରିଥିବା ସମନ୍ବିତ କୃଷି କୁ ପ୍ରାଧାନ୍ୟ ଦେବା ସହ ଲୋକଙ୍କ ମାନସିକତା ପରିବର୍ତ୍ତନ ହେଲେ ଦାଦନ ମୁକ୍ତ ଜିଲ୍ଲା ହେବ ବୋଲି ଆହ୍ବାନ କରିଛନ୍ତି। ସେହିପରି ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ୍ର ବିକାଶ ପାଇଁ ଅନେକ ରିହାତି ଯୋଜନା ମାନେ ପ୍ରଣୟନ ହୋଇ ଚାଷୀମାନେ ଏହାର ସୁଫଳ ନେବା ପାଇଁ ଆହ୍ବାନ କରିଥିଲେ। ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ.ସୁଖେନ୍ଧୁ ରୟେ, ଯୋଗ ଦେଇଥିବା ବେଳେ ବୋଡ଼େନ ମତ୍ସ୍ୟ ଅଧିକାରୀ, ବୋଡ଼େନ ପ୍ରାଣୀ ଚିକିତ୍ସା ଅଧିକାରୀ ବିବରଣୀ ପାଠ କରିଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ବୋଡ଼େନ ବ୍ଲକ୍ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ , ପ୍ରମୁଖ ମଞ୍ଚଷିନ ହୋଇଥିଲେ। ସେହିପରି ସରକାରୀ ସହାୟତା ଅତିଥିଙ୍କ ଦ୍ବାରା ପ୍ରଦାନ କରିଥିଲେ। ସଫଳ ଚାଷୀଙ୍କୁ ସମ୍ମାନିତ କରିଥିଲେ।
