ଝାରପୋଖରିଆ ଓଡ଼ିଶା ବିଗ୍ରେଡ୍ ସ୍କୁଲରେ ଦକ୍ଷତା ବିକାଶ ଓ ମୀନାବଜାର କାର୍ଯ୍ୟକ୍ରମ
——————————–
ତା ୨୦।୧୨।୨୫: (ନି.ପ୍ର) ସାରସକଣା, ଅନିଲ କୁମାର ସାହୁ: ଆଜି ଓଡ଼ିଆ ବିଗ୍ରେଡ଼ ସ୍କୁଲ ରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ମୀନାବଜାର ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମିତାଞ୍ଜଳୀ ସାସ୍କଲଙ୍କ ଅଧ୍ୟକତାରେ ସ୍କୁଲର ପ୍ରତିଷ୍ଠାତା ଶ୍ରୀଯୁକ୍ତ ହୃଷିକେଶ ଜେନା, ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସେଠୀଙ୍କ ସଭାପତିତ୍ବରେ ସମ୍ପାଦକ ଶ୍ରୀଯୁକ୍ତ ସାଇକୃପା ଜେନା ଦୀପ ପ୍ରଜ୍ବଳନ କରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅମର କୁମାର ସେଠୀ(ଜିଲ୍ଲା ଫୁଟବଲ୍ ଏସୋସିଏଶନ ମୟୂରଭଞ୍ଜ ସଦସ୍ୟ, ସମ୍ପାଦକ)ଯୋଗ ଦେଇ ମୀନାବଜାର ବେସ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ବୃନ୍ଦ, ଅଭିଭାବକ ଗଣ,ସମସ୍ତ ସାମ୍ବାଦିକ,ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ବିଶେଷ ମାନଙ୍କୁ ସ୍କୁଲର ଉପାଧକ୍ଷା ଶ୍ରୀମତୀ ପ୍ରକୃତି ମହାନ୍ତ ସ୍ୱାଗତ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲା ମାନେ ନିଜର ଅଭିଭାବକ ଙ୍କ ମିଶି ବିଭିନ୍ନ ପ୍ରକାରର ଖାଇବା ଷ୍ଟଲ,ଘର ତିଆରି ବିଭିନ୍ନ ପ୍ରକାରର ପିଠା, ଲତୁ,ଫପକର୍ଣ୍ଣ, ଗୁପଚୁପ,ଆଚ଼ାର,ଚାଓମିନ ଷ୍ଟଲ, ଦୋସା ଷ୍ଟଲ,ମୋମ ଷ୍ଟଲ ଆଦି ବସାଇ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟିତୀ ସବୁ ପିଲା ମାନଙ୍କ ର ଷ୍ଟଲ ନିକଟରେ ଛିଡ଼ା ହୋଇ ଆମନ୍ତ୍ରିତ ଅତିଥିବୃନ୍ଦ, ସାମ୍ବାଦିକ,ଅଭିଭାବକ ମାନଙ୍କୁ ବୁଲାଇ ପିଲାମାନେ କିପରି ଆଗାମୀ ଦିନରେ ପାଠ ପଢ଼ା ସହ କିପରି ବିଭିନ୍ନ ଉପାୟରେ ଆୟ କରି ନିଜେ ଆର୍ମନିର୍ଭରଳତା ହୋଇ ପାରିବେ। ଏହି କାର୍ଯ୍ୟକ୍ରମଟି ଆମ ଅଞ୍ଚଳରେ ଓଡ଼ିଶା ବିଗ୍ରେଡ଼ ସ୍କୁଲର ପ୍ରଚେଷ୍ଟାରେ ନୂତନ ଏକ ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମ କରିଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଉଞ୍ଜଦୁତ।
