*ରାଜ୍ୟ ସ୍ତରୀୟ ସର୍ଗିଫୁଲ ଶିଶୁ ଉତ୍ସବ ୨୦୨୫ରେ ବୋଡ଼େନ ବ୍ଲକ ଧୋବେଇ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ, ଜିଲ୍ଲା ପାଇଁ ଗର୍ବ ଓ ଗୌରବ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୦.୧୨.
ନୂଆପଡ଼ା ଜିଲ୍ଲା ଉପାନ୍ତ ବ୍ଲକ ବୋଡ଼େନ ଅନ୍ତର୍ଗତ ଧୋବେଇ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ, ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭୁବନେଶ୍ୱର ଆଦିବାସୀ ପଡିଆ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସୁରଭି ମହୋତ୍ସବ ୨୦୨୫ ସମ୍ପନ୍ନ ହୋଇଯାଇଛି। ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଧୋବେଇ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ନୂଆପଡା ଜ଼ିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରି ଉଚ୍ଚ କୋଟିର ଗୃପ ଡେନ୍ସ ପ୍ରୋଫୋମେନ୍ସ ଦେଖାଇଛନ୍ତି। ଆଜି ରାଜ୍ୟରେ କେଉଁ କେଉଁ ବିଦ୍ୟାଳୟ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତାର ଫଳାଫଳ କୁ ଦିର୍ଘ୍ ସମୟ ଅପେକ୍ଷା ପରେ ବୋଡ଼େନ ବ୍ଲକ୍ ଧୋବେଇ ବିଦ୍ୟାଳୟ ରାଜ୍ୟ ସ୍ତରିୟୀ ଉତ୍ସବ ରେ ଦ୍ଵିତୀୟ ହୋଇଥିଲେ
ଉପାନ୍ତ ରୁ ଆସି ରାଜ୍ୟରେ ଦ୍ଵିତୀୟ ହେବା ସୌଭାଗ୍ୟ ପାଇଛନ୍ତି। ଡେନ୍ସ କୋରିଓଗ୍ରାଫର ରାଜ୍ୟସ୍ତରୀୟ ଡେନ୍ସ ଗୁରୁ ମୋତିଲାଲ ବାଗ କୋରିୟୋଗ୍ରାଫ କରିଥିଲେ। ପ୍ରଯୋଜକ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପତି ଦାୟିତ୍ବ ନିର୍ବାହ କରିବା ସହ ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।
