।
ବାଲେଶ୍ୱର ଜିଲ୍ଲାର ସୋର ସହର ଦେଇ ଯାଇଥିବା ୧୬ନମ୍ବର ଏବଂ ୫ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ମରଣଯନ୍ତା। ଜଳେଶ୍ଵର ଠାରୁ ସିମୁଳିଆ ପର୍ଯ୍ୟନ୍ତ ଏହି ରାସ୍ତା କୁ ବ୍ରିଜ୍ ଗୋପାଳ କନଷ୍ଟକଷନ ଠିକା କମ୍ପାନୀ ଜାତୀୟ ରାଜପଥ ର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଠିକା ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ ୫୦% କାମ ସରିନାହିଁ। ଠିକା ସଂସ୍ଥା ର ଅବଧି ଶେଷ ହୋଇଛି ।୬ ମାସ ପୂବରୁ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ନ ସରିବା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତେକଦିନ କେଉଁଠି ନା କେଉଁଠି ହମ୍ପସ୍ ଓ ଡାଇଭରସୋର୍ନ କରୁଥିବାରୁ ଛୋଟ ବଡ ଦୁର୍ଘଟଣା ଘଟି ଲୋକମାନେ ମୃତ୍ୟୁ ବରଣ କରୁଥିବା ବେଳେ କିଛି ଲୋକ ଆହାତ ହୋଇ ବିଭିନ୍ନ ଡାକ୍ତରଖାନା ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଛନ୍ତି। ଏନେଇ ବିଭିନ୍ନ ସଂଘ ତରଫରୁ ଏନ୍ ଏଚ୍ ଆଇ ର କର୍ମଚାରୀ ଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କାର୍ଯାନୁଷ୍ଠାନ ଶୂନ। କିନ୍ତୁ ଦୁଃଖର ବିଷୟ ଠିକା କମ୍ପାନୀ ର କର୍ମଚାରୀ ମାନେ ସମବେଦନା ଜଣାଇବା ପାଇଁ ମେଡିକାଲ ରେ ପହଞ୍ଚୁନାହାନ୍ତି। ସୋର ବ୍ଲକ ଦେଇ ୧୦ ରୁ ୧୨ କିଲୋମିଟର ଜାତୀୟ ରାଜପଥ ଯାଇଥିବା ବେଳେ ଏଥିରେ ଇଣ୍ଡିକେସନ ନକରାଯାଇ ୫ ଟି ଡାଇଭରସୋର୍ନ ହୋଇଥିବା ବେଳେ, ୨୦ ରୁ ଅଧିକ ହମ୍ପସ୍ ନିର୍ମାଣ ହୋଇଛି। ହମ୍ପସ୍ ଗୁଡିକ ରେ ମଧ୍ୟ ଚୂନ ମରାଯାଇ ନାହିଁ କି ରେଡିୟମ୍ ମରାଯାଇନି। ଗାଡି ଗୁଡିକ ଚାରି ପାଞ୍ଚ କିଲୋମିଟର ଜାମ୍ ହୋଇଥିବାରୁ ଆମ୍ବୁଲାନ୍ସ, ଫାୟାର ଗାଡି ମଧ୍ୟ ଏହି ଭିଡରେ ଫସିକି ରହୁଥିବାର ଲକ୍ଷ୍ୟ କରାଯାଏ।ଦେଖିବାକୁ ବାକି ରହିଲା କାମ ସରିବ କେବେ।
