
Š
ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଗ୍ରାମ ର ସ୍ମିତା ମହାପାତ୍ର ଆଜି ପ୍ରକାଶିତ ଓଜେଏସ୍ ପରୀକ୍ଷା ରେ ସମଗ୍ର ରାଜ୍ୟରେ ପଞ୍ଚମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସାଜନପୁର ବିଜେପି ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମାନେ । ଆଜି ସନ୍ଧ୍ୟା ରେ କାଂଶବାଂଶ ମଣ୍ଡଳ ସଭାପତି ସିଦ୍ଧାର୍ଥ ବେହେରା, ପଞ୍ଚାୟତ ସଭାପତି ଅନୀଳ ମହାପାତ୍ର, ୱାର୍ଡ଼ ସଭ୍ୟ ରାଜେଶ ନାୟକ, ମାୟାଧର ବାରିକ୍ କେଦାରପୁର ପଞ୍ଚାୟତ ପ୍ରଭାରୀ ଅଜୟ ବାରିକ୍, ଜ୍ୟୋତି ପ୍ରକାଶ ଦୀକ୍ଷିତ, ରାଜକିଶୋର ବାରିକ, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ସ୍ମିତା ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଦଳର ଅନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।