ସୋରରେ ଜାତୀୟ ପେନ୍ସନ ଦିବସ ପାଳିତ
ସୋର(ଜ୍ୟୋତିପ୍ରକାଶ, ଭଞ୍ଜଦୂତ, ନିପ୍ର):ସୋର ଅବସରପ୍ରାପ୍ତ କର୍ମଚାରୀ ସଂଘ ଆନୁକୂଲ୍ୟରେ ସଭାପତି ନବକିଶୋର ଦାସଙ୍କ ଅଧ୍ଯକ୍ଷତାରେ ସଂଘ ସଭାଗୃହ ପରିସରରେ ଜାତୀୟ ପେସନ ଦିବସ ପାଳିତ ହୋଇଛି । ଉକ୍ତ ସଭାରେ ସୋର ଉପକୋଷାଗାର ଅଧିକାରୀ ସନ୍ଦୀପ ପାଇରା, ଭାରତୀୟ ଷ୍ଟେଟ ବ୍ୟାଙ୍କ, ସୋର ଶାଖା ମୁଖ୍ୟ ପ୍ରବନ୍ଧକ ଗୋବିନ୍ଦ ଚନ୍ଦ୍ର ନାୟକ ଓ ୟୁ.କୋ ବ୍ୟାଙ୍କ, ସୋର ଶାଖା ମୁଖ୍ୟ ପ୍ରବନ୍ଧକ ଶୈଳେନ୍ଦ୍ର ନାରାୟଣ ବିଶ୍ଵାଳ ଯୋଗଦେଇ ପେନ୍ସନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସେମାନଙ୍କର ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଉପସଭାପତି ଦାମୋଦର ଦାଶ ମହାପାତ୍ର ଅଷ୍ଟମ ବେତନ ଆୟୋଗ ଦ୍ଵାରା ପେନ୍ସନ ନିର୍ଦ୍ଧାରଣ ପ୍ରସଂଗରେ ସମ୍ଭାବ୍ୟ ସଂକଟ ଉପରେ ଆଲୋକପାତ କରିବା ସଂଗେ ସଂଗେ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ନିବେଦନ କରିଥିଲେ । ସରକାର ବିଧାୟକମାନଙ୍କର ଦରମା ବଢ଼ାଇ ଦେଲେ, ମାତ୍ର କରୋନା ସମୟରେ ୧୮ ମାସର ଟି.ଆଇ. ପ୍ରାପ୍ୟ ଏଯାବତ୍ ନମିଳିବା, ଚିକିତ୍ସା ଇରା, ବସ୍-ଟ୍ରେନରେ ରିହାତି ୮୦ ବର୍ଷରେ ୨୦% ଅତିରିକ୍ତ ପେନ୍ସନ ବଦଳରେ ୬୫ ବର୍ଷରୁ ୫% ଲେଖାଏଁ ପ୍ରଦାନର ଦାବି କରାଯାଉଥିଲେ ମଧ୍ୟ ସରକାର ଦୀର୍ଘ ଦିନ ଧରି ସେଥିପ୍ରତି କଣ୍ଠପାତ କରୁନାହାନ୍ତି । ଦାବିଗୁଡ଼ିକ ଉପରେ ସଦସ୍ୟମାନେ ଆଲୋଚନା କରି ଗଭୀର ଉଦବେଗ ପ୍ରକାଶ କରିଥିଲେ। ସର୍ବପ୍ରଥମେ ସଂପାଦକ ଭଗବାନ ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ସଦସ୍ୟ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୋର ନାଗରିକ ମଚ ସଭାପତି ନେତ୍ରାନନ୍ଦ ରାଉତ, ଗାଁ ମଳଲିସ୍ ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ, ଗଂଗାଧର ପାଢ଼ୀ, ଚକ୍ରଧର ପାଢ଼ୀ, ନିତ୍ୟାନନ୍ଦ କର, ନୀରୋଦ ପଟ୍ଟନାୟକ, ପଦ୍ମଲୋଚନ ଦ୍ବିବେଦୀ, ମିନ୍ଦିର କୁମାର ଦାସ, ରବୀନ୍ଦ୍ର କୁମାର ଦାସ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
