କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ ବୋବରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଛି l
ମୁଖ୍ୟ ଅତିଥି ଭାବରେ ଗ୍ରାମ ର ସମାଜ ସେବୀ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମାଝୀ,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ପୁଷ୍ପ ରଂଜନ ପୁଝାରୀ ପ୍ରଧାନ ଶିକ୍ଷକ ଶ୍ରୀ ନାଥ ସିଂ ଏବଂ ୱାର୍ଡ ସଭ୍ୟା ସବିତା ବେଶ୍ରା କ୍ରୀଡା କୁ ଉଦ୍ଘାଟନ କରିଥିଲେ l ସହ ଶିକ୍ଷକ ଶ୍ରୀ ମଦନ ମହୋନ ଶ୍ରୀଚନ୍ଦନ, ପରୀକ୍ଷିତ ଦୁର୍ଗା,ଶିକ୍ଷୟତ୍ରୀ କବିତା ପ୍ରଧାନ କ୍ରୀଡା ପରିଚାଳନା କରିଥିଲେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଖେଳ ରେ ଅଂଶ ଗ୍ରହଣ କରି ଖେଳ ପ୍ରଦର୍ଶନ କରିଥିଲେ l ବୋବରିଆ ଯୁବକ ସଂଘ ର ଜଗମୋହନ ମାଝୀ ,କୋକିଳ ଲଦୁଆ , ରୁଦ୍ର ପ୍ରସାଦ ମାଝୀ ଏବଂ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ l କ୍ରୀଡା ଶେଷ ରେ ପ୍ରଧାନ ଶିକ୍ଷକ ଶ୍ରୀ ନାଥ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କ୍ରୀଡା ଉଦଯାପନ କରିଥିଲେ l
