ଖାଦାନରୁ ପୋକ୍ଲିନ ମେସିନ ଜବତ
ସୋର,(ଭଞ୍ଜଦୂତ, ଜ୍ୟୋତିପ୍ରକାଶ , ନିପ୍ର): ଖଞ୍ଜାମହାଲ ପଥର ଖାଦାନରେ ୧୬୩ ଧାରା ସ୍ଵତ୍ତେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଆଖି ଆଡୁଆଳ ପଥର ଉତ୍ତୋଳନରେ ନିୟୋଜିତ ଥିବା ଏକ ପୋକ୍ଲିନ ମେସିନକୁ ଜବତ କରିଛି ଖଣି ବିଭାଗ। ସୂଚନା ଅନୁସାରେ ଦିର୍ଘଦିନ ଧରି ବନ୍ଦ ହୋଇଥିବା ଏହି ଖାଦାନରୁ ଅହରହ ପଥର ଲୁଟ ଚାଲିଛି। ଗତ କାଲି ବିଳମ୍ବିତ ରାତିରେ ଖବର ପାଇ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ସୋର ପୁଲିସ ସହଯୋଗରେ ଖାଦାନରେ ଚଢାଉ କରିଥିଲେ। ଏହି ସମୟରେ ମାଫିଆମନେ ଚମ୍ପଟ ମାରିଥିବା ବେଳେ ୪୧ ନମ୍ବର କ୍ୱାରିରୁ ଏକ ପୋକ୍ଲିନ ମେସିନକୁ ଜବତ କରାଯାଇଥିଲା। ମେସିନରୁ ଫାଇନ ଆଦାୟ ପରେ ଛଡାଯିବ ବୋଲି ଖଣି ଅଧିକାରୀ ଶ୍ରୀ ଦାସ କହିଛନ୍ତି।
