*ନୂଆପଡାରେ ୪୦ ଘଣ୍ଟାର ମଧ୍ୟସ୍ଥତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ*
ନୂଆପଡା(ମିଖାଏଲ ନନ୍ଦ)
ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସୌହାର୍ଦ୍ଦପୂର୍ଣ୍ଣ ସମାଧାନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ରେ ୪୦ ଘଣ୍ଟାର ମଧ୍ୟସ୍ଥତା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡିସେମ୍ବର ୧୫ ରୁ ଡିସେମ୍ବର ୧୯ ପର୍ଯ୍ଯନ୍ତ ଚାଲିବ। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। ଜିଲ୍ଲା ଓ ଦୌରାଜଜ୍ ଓ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର୍ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର, ଜିଲ୍ଲା ସିଭିଲ ଓକିଲ ସଂଘ ସଭାପତି ବିଶ୍ୱମଣି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟର ଓକିଲ ରାଜେଶ ଦାଶ ,ଓ ଶିବ ଶଙ୍କର ପ୍ରସାଦ ଅତିଥିମାନେ ଯୋଗ ଦେଇଥିଲେ। ବିବାଦ ସମାଧାନର କମ ଖର୍ଚ୍ଚ, ଅଳ୍ପ ସମୟ ଏବଂ ଲୋକ କେନ୍ଦ୍ରିକ ପଦ୍ଧତି ଭାବରେ ମଧ୍ୟସ୍ଥତା ର ଗୁରୁତ୍ୱ ଦେଇଥିଲେ। ଆଇସେବା ପ୍ରାଧିକରଣ ସଚିବ ନବନିତା ଦାସ, ଆଇନଜୀବୀ ମାନେ ଯୋଗ ଦେଇଥିଲେ।
