*କାସିପଲା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ*
ନୂଆପଡା ( ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ କାସିପଲା ଠାରେ ପରିଚାଳନା କମିଟିର ଏକ ଜରୁରୀ ବୈଠକ ପ୍ରଧାନ ଶିକ୍ଷକ ସୁମନ୍ତ ସିଂ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସଂଗୀତଜ୍ଞ ନନ୍ଦଲାଲ ବାରିକ, ସମ୍ମାନିତ ଅତିଥି ଭାବେ ବୃନ୍ଦାବନ ବାରିକ ଯୋଗଦାନ କରି ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବୈଠକରେ ପରିଚାଳନା କମିଟିର ସଭାପତି ରେଶମ କୁମାର ଚଲାନ, ବରିଷ୍ଠ ସଦସ୍ୟ କୃତିବାସ ଚଲାନ,,ନୂତନ ପରିଚାଳନା କମିଟିର ସଭାପତି ମୁକ୍ତାମଣି ରାଉତ, ରୋହିତ ରାଉତ, ରୀନା ବାରିକ, କିଶୋରୀ ପଣ୍ଡା, ଲତା ମାଝି, ନିରୁପମା ଚଲାନ, ସଚ୍ଚିଦାନନ୍ଦ ନାଏକ, ଦକ୍ଷରାଜ ବାରିକ,ହେମସାଗର ରାଉତ ଉପସ୍ଥିତ ଥିଲେ । ଶେଷରେ ସହ ଶିକ୍ଷୟତ୍ରୀ ଗୀତାଞ୍ଜଳି ଚଲାନ ଧନ୍ୟବାଦ ଅର୍ପଣ କରିଥିଲେ।
