ସୂତ୍ରକୁର୍ମି ପୋକ ନିୟନ୍ତ୍ରଣ ପାଇଁ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସୁନାପୂରଗ୍ରାମ ଠାରେ ସୂତ୍ରକୁର୍ମି ପୋକ ନିୟନ୍ତ୍ରଣ ପାଇଁ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ସଚେତନ ତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ତିନି ବର୍ଷ ପ୍ରୋଜେକ୍ଟ ଯାହା ବୁଣା ଧାନରେ କଣସବୁ ରୋଗ ଲାଗୁଛି ଓ ଜୈବିକ ସାର ଦ୍ବାରା କେମିତି ବୁଣା ଧାନ ଫସଲ ସହ ପନିପରିବା କିପରି ଅଧିକ କରାଯାଇପାରିବ ସେଥିପାଇଁ ଚାଷି ମାନଙ୍କୁ ଜୈବିକ ସାରସହ ବୁଣା ଧାନ ମଧ୍ଯ ପ୍ରଦାନ କରାଯାଉଛି l ରାୟଗଡ଼ ପଞ୍ଚାୟତରେ ଥିବା ଚାରି ଗୋଟି ଗ୍ରାମ, ସୁନାପୁର ଡେକୁସାହି, ଲକ୍ଷ୍ମୀପୁର, ନୂଆସାହି ଗ୍ରାମର ଦୁଇଶହରୁ ଉର୍ଦ୍ଧ ପାରିବାର ଚାଷି ଉପକୃତ ହେଉଛନ୍ତି , C R R I ତରଫରୁ ସିଖାଯଉଥିବା ସୂତ୍ରକୁ ଚାଷି ମାନେ ଶିଖି ଉପକୃତ ହେଉଥିବା ଜଣାପଡ଼ିଛି l ଏହି କାର୍ଯ୍ୟ କ୍ରମ ରେ ଚାଷି ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଗୀତ, ଓ ବିଭିନ୍ନ ପ୍ରଶ୍ନ ପଚାରିଲା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମରେ Dr .ରୂପକ ଜେନା ଅଧ୍ୟକ୍ଷତା ରେ ହଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିରଞ୍ଜି ନାରାୟଣ ମଙ୍ଗରାଜ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ, ସୁପ୍ରିଯା କହଁର ସହକାରୀ କୃଷି ଅଧିକାରୀ , ଉଦୟ କୁମାର ସେଠୀ, ସହକାରୀ କୃଷି ଅଧିକାରୀ Dr ସଘୁବର ଏସ୍ ବୈଜ୍ଞାନିକ ଫସଲ ସୁରକ୍ଷା ବିଭାଗ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ Dr ଗୌରବ କୁମାର ବୈଜ୍ଞାନିକକେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ । ଯୋଗା ଦେଇ ଥିଲେ I
