କୋରାପୁଟିଆ ଢେମସା ନୃତ୍ୟରେ ଗୁଞ୍ଜ ଉଠିଲା ଦିଲ୍ଲୀ ଦରବାର ।
ଆପ୍ର: ଭାରତୀୟ ଆଦିବାସୀ ସମ୍ପ୍ରଦାୟଙ୍କ ସାମାଜିକ,ସାଂସ୍କୃତିକ ଓ ରାଜନୈତିକ ଅଧିକାର, ସୁରକ୍ଷା କଲାପ ଏବଂ ସେମାନଙ୍କର ମୂଲ୍ୟବାନ ଅବଦାନ ସମ୍ବନ୍ଦରେ ଜନସଚେତନତା ସୃଷ୍ଟି କରିବା ସହ ପୁନ ଜାଗରଣ ଲକ୍ଷ୍ୟ ଏବଂ ସହିଦଙ୍କୁ ସମ୍ମାନ ଜଣାଇ ନୂଆଦିଲ୍ଲୀର ଅଗ୍ରଣୀ କଳାନୁଷ୍ଠାନ ଅକ୍ସ ପକ୍ଷରୁ ଡିସେମ୍ବର ୭ ତାରିଖରେ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ସେଣ୍ଟରରେ ଆୟୋଜିତ ହୋଇଥିଲା ଓଡ଼ିଶା ଇଣ୍ଟରନ୍ୟାସନାଲ ଆଦି ମହୋତ୍ସବ। ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ସରକାରଙ୍କ ପୂର୍ବତନ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଫଗନ ସିଂହ କୁଲସ୍ତେ । ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେପି ସଂସଦ ସଦସ୍ୟ ସୁଜିତ୍ କୁମାର, ମେଡିଆ ଆଣ୍ଡ ଏଣ୍ଟରଟ୍ରେନମେଣ୍ଟ ଜାତୀୟ ଅଧ୍ୟକ୍ଷ ଶ୍ରୀ ସନ୍ଦୀପ ମାରୱାହା, ଆଇନଜୀବୀ ତଥା ପୂର୍ବ ବିଧାୟକ ଶ୍ରୀ ମଦନ ଲାଲଜୀ , ଭାରତ ସରକାରଙ୍କ ପୂର୍ବ ରାଷ୍ଟ୍ରଦୁତ ଅମରେନ୍ଦ୍ର ଖଟୁଆ, ଆଇସିସିଆରର ପୂର୍ବ ମହା ନିର୍ଦ୍ଦେଶକ ପିସି ପଟ୍ଟନାୟକ, ଏଟିଡି ଗ୍ରୁପର ଅଧ୍ୟକ୍ଷ ଡକ୍ଟର ମନୋରଞ୍ଜନ ମହାନ୍ତି, ପ୍ରସିଦ୍ଧ ଲେଖକ ଆଇଏଏସ ଜ୍ୟୋତି କଳସ, ଇସ୍କନ ନିର୍ଦ୍ଦେଶକ ଭଜେନ୍ଦ୍ର ନନ୍ଦନ ଦାସ, ସମାଜସେବୀ ଡକ୍ଟର ସ୍ମିତା ସିଂହ, ସ୍ପୋର୍ଟସ ଗ୍ରେଲ୍ ଅଧ୍ୟକ୍ଷ ଶ୍ରୀ ସଂଜୀବ କପୂର୍, ବିଶିଷ୍ଟ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡା, ଏବଂ ଅକ୍ସ ର ସେକ୍ରେଟାରୀ ଶ୍ରୀ ସୁମିତ ସୌରଭ ଙ୍କ ସହ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ଏହି ଅବସରରେ ସଂସଦ ସଦସ୍ୟ ଓ ଚିନ୍ତକ ନୀତି ନିର୍ମାତା ଶ୍ରୀ ସୁଜିତ୍ କୁମାର, ପୂର୍ବତନ ଏଆଇଜୀ, ଏସ୍ପିଜୀ ଓ ପୋଲିସ ମହାନିରୀକ୍ଷକ ଶ୍ରୀ ଅଶୋକ କୁମାର, ବହୁଭାଷୀ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡା ଏବଂ ୱି ଦ ପିପଲର ସିଇଓ ଅଜୟ ମହାପାତ୍ରଙ୍କୁ ‘ଓଡ଼ିଶା ଆନ୍ତର୍ଜାତିକ ଆଦି ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ସଙ୍ଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନରେ ଶୁଭାରମ୍ଭ ହୋଇଥିଲା ଆଦି ମହୋତ୍ସବ। ଏଥିରେ ଓଡ଼ିଶାର କୋରାପୁଟ ଓ ରାଉରକେଲାରୁ ଆସିଥିବା ଆଦିବାସୀ କଳାକାର ମାନେ ଆଦିମ ଆଦିବାସି ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୋରାପୁଟ ଜିଲ୍ଲା ଦଶମନ୍ତପୁର କୁମର ଜାନୀଙ୍କ ଜାନି ଡୁଡୁଙ୍ଗା କଳାକାର ସଂଘ ର କଳାକାର ମାନେ କନ୍ଧ ପରଜା ସମ୍ପ୍ରଦାୟର ଲୋରି, ଓ ଗୀତମରା ଗୀତ, ଢେମସା ନୃତ୍ୟ ଏବଂ ଭଦୋବଲାଣି ନାଟକ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ପଶ୍ଚିମ ଓଡ଼ିଶା ଆଦିବାସୀ ନୃତ୍ୟ ଦଳ କର୍ମା ନୃତ୍ୟ ପରିବେଷଣ ପରେ ରାଉରକେଲା ଆଦିବାସୀ ନୃତ୍ୟଦଳ କୁଡୁକୁ ନୃତ୍ୟ ପରିବେଷଣ କରିଥିଲେ। ରାଉରକେଲା ଆଦିବାସୀ ସମ୍ପ୍ରଦାୟ କଳାକାର ଡକ୍ଟର ଚନ୍ଦନାଙ୍କୁ ପାରମ୍ପାରିକ ଆଦିବାସୀ ଟୋପି ପିନ୍ଧାଇ ଥିଲେ। ପରେ ପରେ ରାଜସ୍ଥାନ, ଆନ୍ଧ୍ର, ତାମିଲନାଡୁରୁ ଆସିଥିବା ଆଦିବାସୀ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଆଦିବାସୀ ଜନଜାତିଙ୍କ କଳା ସଂସ୍କୃତି ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ଡକ୍ଟର ଚନ୍ଦନା କହିଥିଲେ ଆଦିବାସୀ ଜନଜାତିଙ୍କ ଲୁକ୍କାୟିତ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ହେଉଛି ଅକ୍ସର ମୂଳ ଲକ୍ଷ୍ୟ। ଶେଷରେ ଆସିଥିବା ସମସ୍ତ ଆଦିବାସୀ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ କୋରାପୁଟ ଜାନି ଡୁଡୁଙ୍ଗା ଦଳକୁ ପୁରସ୍କାର ସ୍ୱରୂପ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଜାନି ଡୁଡୁଙ୍ଗା ସଂଘ ସେକ୍ରେଟାରୀ କୁମର ଜାନି ବେଶ ଖୁସି ଜାହିର କରିବା ସହ ସାମ୍ବାଦିକା ତଥା ସମାଜସେବୀ ଜ୍ୟୋତ୍ସ୍ନା ରାଉଳ ମ୍ୟାଡମଙ୍କୁ ଅଶେଷ ଧନ୍ୟବାଦ୍ ଦେବା ସହ ଦିଲ୍ଲୀ ଅକ୍ସ ଅଧ୍ୟକ୍ଷା ଡକ୍ଟର ଚନ୍ଦନା ମ୍ୟାଡମଙ୍କୁ ବିଶେଷ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ଏହା ସହିତ କୁମର ଜାନି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କି, କୋରାପୁଟରେ ଆଦିବାସୀ କଳାକାର ଭତ୍ତା ବୃଦ୍ଧି କରିବା ସହ କଳାକାରଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉ।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
