*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଢେକୁନପାଣି ସିଆରପିଏଫ୍ ୨୧୬ ବେଟାଲିୟନ କେମ୍ପ୍ ରେ କାର୍ଯ୍ୟରତ ଜଣେ ଯବାନ ନିଜ ସର୍ଭିସ୍ ଗନ ରେ ଗୁଳି କରି ଆତ୍ମହତ୍ୟା, କରାଣ ଅସ୍ପଷ୍ଟ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଢେକୁନପାଣି ସିଆରପିଏଫ୍ ୨୧୬ ବେଟାଲିୟନ କେମ୍ପ୍ ରେ କାର୍ଯ୍ୟରତ ଜଣେ ଯବାନ ନିଜ ସର୍ଭିସ୍ ଗନ ରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। କରାଣ ଅସ୍ପଷ୍ଟ ରହିଅଛି। ଖଡିଆଳ ବ୍ଲକ ଅନ୍ତର୍ଗତ ଘରଧରା ଗ୍ରାମର ଗୋପୀନାଥ ଶବର ନାମକ ଯବାନ ସିଆରପିଏଫ କେମ୍ପ ରେ କାର୍ଯ୍ୟ କରୁଥିଲେ। ଆଜି ସେ ନିଜ ନିଜ ସର୍ଭିସ୍ ଗନ ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଗୋଟିଏ ଝିଅ ଗୋଟିଏ ପୁଅ ରହିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀ ଙ୍କ ଆତ୍ମହତ୍ୟା ଖବର ପାଇବା ପରେ ପରିବାର ସହ ଘଟଣା ସ୍ଥଳକୁ ଯାଇଛନ୍ତି। ଆତ୍ମହତ୍ୟା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଅଛି। ଘଟଣା ସ୍ଥଳ କୁ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଘଟଣା ତଦନ୍ତ ଚାଲିଥିବା ବେଳେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷ ରୁ ପ୍ରକାଶ।
